Odisha Link
Bridging the Missing Links in Odisha

କୁକୁର ପିନ୍ଧିଲା ହେଲମେଟ୍

ଚେନ୍ନାଇ : ବିନା ହେଲମେଣ୍ଟରେ ଗାଡ଼ି ଚଳାଇଲେ ଫାଇନ ଦେବାକୁ ପଡ଼ିବ । ସେଥିପାଇଁ ଅନେକ ଲୋକ ହେଲମେଣ୍ଟ ପିନ୍ଧି ଗାଡ଼ି ଚଳାଉଛନ୍ତି । ଏହାକୁ ନେଇ ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆ ଭାଇରାଲ ହୋଇଥାଏ ।

ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ ମାଲିକଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ମାଲିକ ଜଣକ ନିଜ ପୋଷା କୁକୁରକୁ ପଛରେ ବସାଇ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଉଛନ୍ତି ।

୫୨ ସେକେଣ୍ଡର ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଲୋକ ମାଲିକ ବାଇକରେ ବସାଇ ଏପରି କରି ପୋଷା କୁକୁର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା କମେଣ୍ଟ ଦେଇଛନ୍ତି। ମାତ୍ର ମାଲିକଙ୍କ ପୋଷା ପ୍ରାଣୀ ପ୍ରତି ଥିବା ସ୍ନେହ ଏବଂ ଯତ୍ନକୁ ନେଇ ବହୁ ଲୋକ ପ୍ରଶଂସା କରି ସକାରାତ୍ମକ କମେଣ୍ଟ ଦେଇଛନ୍ତି।

Comments are closed.