Odisha Link
Bridging the Missing Links in Odisha

ଜାନୁଆରୀ ୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ୨୦୨୦-୨୧ ସାଧାରଣ ବଜେଟ ଅଧିବେଶନ। ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୩ ମଧ୍ୟରେ ୨ଟି ପର୍ଯ୍ୟାୟରେ ଚଳାଇବାକୁ ଅନୁମୋଦନ ମିଳିଛି । ସୂଚନା ଅନୁସାରେ ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୩୧ରୁ ଫେବୃୟାରୀ ୧୧ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୨ ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ । ଗତବର୍ଷ ପରି ଏଥର ମଧ୍ୟ ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ ।

ସୂଚନାଯୋଗ୍ୟ ଯେ, ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ସାଧାରଣ ବଜେଟ୍ ଫେବୃୟାରୀ ପ୍ରଥମ ସପ୍ତାହରେ ଉପସ୍ଥାପନ କରାଯାଉଛି । ପୂର୍ବରୁ ଫେବୃୟାରୀ ଶେଷ ସପ୍ତାହରେ ସାଧାରଣ ବଜେଟ ଉପସ୍ଥାପନ କରାଯିବାର ପରଂପରା ଥିଲା । ସୂଚନାଯୋଗ୍ୟ ବଜେଟ ଅଧିବେଶନର ୨ଟି ପର୍ଯ୍ୟାୟ ମଧ୍ୟରେ ସାଧାରଣତଃ ଏକ ମାସ ସମୟ ବ୍ୟବଧାନ ରଖାଯାଇଥାଏ । କାରଣ ଏହି ସମୟ ମଧ୍ୟରେ ସଂସଦୀୟ କମିଟି ବିଭିନ୍ନ ମନ୍ତ୍ରାଳୟ ଗସ୍ତ କରି ବଜେଟ ଆବଣ୍ଟନ ସଂପର୍କିତ ପରୀକ୍ଷା ନିରୀକ୍ଷା କରିଥାନ୍ତି । କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ ଉପରେ ରାଷ୍ଟ୍ରପତି ଉଭୟ ଗୃହ ଚଳାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି ।

Comments are closed.