Odisha Link
Bridging the Missing Links in Odisha

ସୁର କହିଲେ ଭୋଟ ପାଇଁ କାଳିଆ ଟଙ୍କା, ନିରଞ୍ଜନ କହିଲେ ଏବେ ଆଉ ଚିନ୍ତା କଲେ..

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କାଳିଆ ଟଙ୍କା କେବଳ ଭୋଟକୁ ନଜରରେ ରଖି ବଣ୍ଟା ଯାଇଥିଲା। ଏଥିରୁ ୯୦ଭାଗ ବିଜେଡି କର୍ମୀ କାଳିଆ ଟଙ୍କା ପାଇଛନ୍ତି। ପ୍ରକୃତ ଚାଷୀ କେହି ନେଇ ନାହାନ୍ତି କଳାିଆ ଟଙ୍କା। ଭାରତ ସରକାର ଲିଷ୍ଟ ମାଗିବାରୁ ରାଜ୍ୟ ସରକାର ଦେଇପାରିଲେ ନାହିଁ ବୋଲି କହିଛନ୍ତି ସୁର।

ଏଥିସହିତ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ନେଇ କହିଛନ୍ତି ଯେ, ସରକାର ପିଠା ଯୋଜନା କରିଥିଲେ। ସେଥିରେ ମଧ୍ୟ ତାଙ୍କ ଲୋକ ହିଁ ପିଠା ଯୋଜନାର ଫାଇଦା ପାଇଲେ। ପିଠା ଯୋଜନାରେ ଭଉଣୀ ମାନେ ଖାଲି ପିଠା ବ୍ଲକକୁ ଆଣିଲେ କିନ୍ତୁ ନିଜ ସ୍ୱାମୀ , ପିଲାଙ୍କୁ ଦେଇନାହାନ୍ତି ଅନେକ ମହିଳା।

ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କାଳିଆର ଉଦ୍ଦେଶ୍ୟ ସରି ଯାଇଛି ,ଏବେ କାଳିଆ ପାଇଁ ଚିନ୍ତା କଲେ କଣ ହେବ।

Comments are closed.