Odisha Link
Bridging the Missing Links in Odisha

ଜେଏନୟୁ ହିଂସାରେ ଗୃହମନ୍ତ୍ରୀ ଅମିତ ଶାହ ସାମିଲ: ଜୟରାମ ରମେଶ

ନୂଆଦିଲ୍ଲୀ: ଜବହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଗତ ୫ ତାରିଖରେ ହିଂସାକାଣ୍ଡ ଦେଖିବାକୁ ମଳିଥିଲା। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ଏହି ହିଂସା କାଣ୍ଡରେ ସାମିଲ ଥିବା ଅଭିଯୋଗ କରିଛି।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଜେଏନୟୁ ହିଂସା ପଛରେ ମାନବ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ଅଛନ୍ତି। ଏହା ଅଧିକାରୀଙ୍କ ଦ୍ବାରା ପ୍ରାୟୋଜିତ ହିଂସା ଥିଲା। ଘଟଣାକୁ ୭୨ ଘଣ୍ଟା ପୁରିଥିଲେ ସୁଦ୍ଧା କେହି ବି ଗିରଫ ହୋଇନାହାନ୍ତି ବୋଲି ଶ୍ରୀ ରମେଶ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ଏହି ଘଟଣାରେ ଯେଉଁମାନଙ୍କ ପରିଚୟ ମିଳି ସାରିଛି ତାଙ୍କୁ ଗିରଫ କରାଯାଉ। ଅନ୍ୟପଟେ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ବଦଳି କରାଯାଉ ଓ ଛାତ୍ରଛାତ୍ରୀଙ୍କ ଦାବି ଉପରେ ବିଚାର କରାଯାଉ ବୋଲି କହିଛନ୍ତି ଜୟରାମ ରମେଶ।

Comments are closed.