Odisha Link
Bridging the Missing Links in Odisha

ପୂର୍ବ-ଋଷିଆରେ ଭୂକମ୍ପ

ମସ୍କୋ : ପୂର୍ବ-ଋଷିଆରେ ଥିବା ଚୁକୋଟକା ରାଜ୍ୟରେ ଆଜି ଅନୁଭୂତ ହୋଇଛି ଭୂମିକମ୍ପ। ଭାରତୀୟ ସମୟ ଅପରାହ୍ଣ ୨ଟା ବେଳେ ଏହି ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ଥିଲାବୋଲି ଜଣାପଡ଼ିଛି। ତେବେ ଭୂମିକମ୍ପରେ କୌଣସି ଜୀବନହାନୀ ହୋଇଥିବାର ସୂଚନା ମିଳିନାହିଁ। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଚୁକୋଟକା ରାଜ୍ୟର ରାଜଧାନୀ ଆନାଡିରଠାରୁ ୪୧୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ହୋଇଥିଲା। ତେବେ ଋଷିଆର ଭୂକମ୍ପ ଗବେଷଣା ସଂସ୍ଥା ଏହି ଭୂମିକମ୍ପର ତୀବ୍ରତା ୪.୬ ଥିଲା ବୋଲି ଦାବି କରିଛି। ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା ବୋଲି ମେଡିଟେରିଆନ ସେସମୋଲଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି।

Comments are closed.