Odisha Link
Bridging the Missing Links in Odisha

ପୁଣି ଆକ୍ରମଣ କଲା ଇରାନ

ନୂଆଦିଲ୍ଳୀ: ଇରାନର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ହତ୍ୟାକୁ ନେଇ ଆମେରିକା ଉପରେ ପୁଣି ଆକ୍ରମଣ କରିଛି ଇରାନ । ଇରାନ ଇରାକ୍ ସ୍ଥିତ ଆମେରିକାର ଦୂତାବାସ ଭପରେ ପୁଣି ରକେଟ୍ ମାଡ଼ କରିଛି । ଏହି ସମ୍ପର୍କରେ ସ୍ପଷ୍ଟ କରିଛି ଇରାକ ସେନା। ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟି ନାହିଁ । ତେବେ ଆକ୍ରମଣ ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରି ନାହାନ୍ତି ।

ସୂଚନାଯୋଗ୍ୟ ୨ ଦିନ ପୂର୍ବରୁ ମଧ୍ୟ ଇରାନ୍, ଆମେରିକା ଦୂତାବାସର ଉପରେ ରକେଟ ଆକ୍ରମଣ ହୋଇଥିଲା । କିଛି ରକେଟ ଆମେରିକା ଦୂତାବାସ ଉପରେ ପଡ଼ିଥିଲା । ଗତକାଲି ମଧ୍ୟ ଇରାକରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ୍ ମିଜାଇଲ୍ ମାଡ଼ କରି ୮୦ ଜଣ ସୈନ୍ୟକୁ ମାରି ଦେଇଥିବା ଦାବି କରିଥିଲା । ଏହାକୁ ଅସ୍ୱୀକାର କରିଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହଥିଲେ, ଇରାନର କ୍ଷେପଣାସ୍ତ୍ର ମାଡ଼ରେ ସାମରିକ ଘାଟିର ଅଳ୍ପ କ୍ଷତି ଘଟିଛି କିନ୍ତୁ କୌଣସି ସୈନ୍ୟଙ୍କ ମୃତ୍ୟୁ ହୋଇନାହିଁ । ଇରାନ୍ ଏକ ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଏବଂ ସାରା ବିଶ୍ୱରେ ଆତଙ୍କବାଦକୁ ଏହି ରାଷ୍ଟ୍ର ପ୍ରୋତ୍ସାହିତ କରୁଛି ବୋଲି କହିଥିଲେ ଟ୍ରମ୍ପ । ସୁଲେମାନୀକୁ ହତ୍ୟା କରାଯିବା ଉଚିତ ଥିଲା । ଇରାନ୍ ଉପରେ ଆର୍ଥିକ କଟକଣାକୁ ଆହୁରି କଠୋର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Comments are closed.