Odisha Link
Bridging the Missing Links in Odisha

ବନ୍ଧା ହେଲେ କୋଟିପତି ପ୍ରଧାନ ଶିକ୍ଷକ

ଜୟପୁର: ଭିଜିଲାନ୍ସ ଜାଲରେ ଉମରକୋଟ ବରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ । ବରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ।
ଶିକ୍ଷକଙ୍କ ରାଇଘର ସ୍ଥିତ ବାସଭବନ, ଦୋକାନ, ଗୋଦାମ, ବାପା ମା’ ଓ ସାନ ଭାଇଙ୍କ ବାସଭବନ ସହ ବିଦ୍ୟାଳୟରେ ଏକକାଳୀନ ୫ଟି ଟିମର ଅଧିକାରୀ ଚଢାଉ କରିଥିଲେ । ଜୟପୁର ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ନେତୃତ୍ଵରେ ଚାରିଜଣ ଡିଏସପିଙ୍କ ସହ ୪୦ ଜଣ ଏହି ଚଢାଉରେ ସାମିଲ ଥିଲେ।

Comments are closed.