ଭାରତକୁ ତେଲ ସଂଙ୍କଟ ନାହିଁ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ପଡିଛି ଆନ୍ତର୍ଜାତିକ ତେଲବଜାରରେ। ମହଙ୍ଗା ହେବାରେ ଲାଗିଛି ତେଳ ଦର। ଏହି ଘଟଣା ଉପରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶରେ ତେଲ ସଙ୍କଟ ଦେଖାଦେବ ନାହିଁ। ଆମେରିକା ଓ ଇରାନ ବିବାଦ ଯୋଗୁଁ ତେଲ ବଜାରରେ ଯେଉଁ ସମସ୍ୟା ଦେଖାଦେବ, ଭାରତ ତାହାର ମୁକାବିଲା କରିବ। ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ କୌଣସି ଗମ୍ଭୀର ସଙ୍କଟ ଆସିନାହିଁ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବିଭିନ୍ନ ଦେଶ ସହିତ ସମ୍ଭାବ୍ୟ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଭାରତର ସ୍ବାର୍ଥ ଯେଭଳି ରକ୍ଷା ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ଦେଶକୁ କୁହାଯାଇଛି।
As a Major oil consumer, India is closely monitoring the current geopolitical situation. We are preparing to handle any kind of situation: Petroleum Minister Dharmendra Pradhan#OilPrices pic.twitter.com/hlCtveDOVz
— DD News (@DDNewslive) January 8, 2020
ଇରାନର କମାଣ୍ଡର ଜେନେରୋଲ୍ ସୋଲେମାନିରଙ୍କୁ ଆକ୍ରମଣ କରି ଆମେରିକା ମାରିବା ପରଠାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ୩ ଡଲାରରୁ ଅଧିକ ମହଙ୍ଗା ହୋଇସାରିଲାଣି। ଏବେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ୭୨ ଡଲାର ପାଖାପାଖି ରହିଛି। ଭାରତ ନିଜର ଆବଶ୍ୟକତାର ୮୪ ପ୍ରତିଶତ ତେଲ ବିଦେଶରୁ ଆଣୁଛି ତେଣୁ ଆନ୍ତର୍ଜାତିକ ବଜାରରେ ତେଲ ଦର ବଢ଼ିଲେ ଭାରତ ଚିନ୍ତିତ ହେବା ସ୍ବାଭାବିକ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ କୌଣସି ଗମ୍ଭୀର ସଙ୍କଟ ନାହିଁ।
Comments are closed.