Odisha Link
Bridging the Missing Links in Odisha

ପ୍ରବଳ ବରଫପାତରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ଶିମଲା: ହିମାଚଳ ପ୍ରଦେଶରେ ହେଉଛି ପ୍ରବଳ ମାତ୍ରାରେ ବରଫପାତ। ବରଫପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ପର୍ଯ୍ୟଟକ ଫଶିରହିଛନ୍ତି। ବର୍ତ୍ତମାନ ସୁଦ୍ଧା ବରଫପାତରେ ୨ ପର୍ଟ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଘଣ୍ଟା ଧରି ରାଜ୍ୟର ବହୁ ଅଞ୍ଚଳରେ ହ୍ବାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। କେଲାଙ୍ଗରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ(-) ୭.୧ ଡିଗ୍ରୀ ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ବରଫରେ ଖସିପଡ଼ି ଅନ୍ୟ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ୨୪ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି। ଶିମଲା, କୁଲ୍ଉ, ଚମ୍ବା, ମଣ୍ଡି ସମେତ ବହୁ ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ପରିବହନ, ବିଦ୍ୟୁତ ଏବଂ ପାନୀୟଜଳ ସେବା ମଧ୍ୟ ଠପ୍‌ ହୋଇଯାଇଛି।

ବରଫପାତ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡ଼ିବା ସହ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ପାଇପ​‌ ଜଳ ବରଫ ପାଲଟିଯିବାରୁ ଲୋକଙ୍କ ନିକଟରେ ପାନୀୟଜଳ ପହଞ୍ଚିପାରୁ ନାହିଁ। ଗତକାଲି ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ ୧୦୩୪ଟି ରାସ୍ତା ବନ୍ଦ ରହିଥିଲା। ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଜାରି ରହିଛି। ଲାହୌଲ, କିନୌର, ଶିମଲା ଏବଂ ଚମ୍ବାରେ ଆଜି ହିମସ୍ଖଳନ ହେବା ନେଇ ସତର୍କତା ଜାରି କରାଯାଇଛି।

Comments are closed.