Odisha Link
Bridging the Missing Links in Odisha

ପାଟକୁରାରେ ଓଲଟିଲା ଚିଙ୍ଗୁଡି ବୋଝେଇ ଗାଡ଼ି

କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ୫ ନମ୍ବର ଜାତୀୟ ରାଜପଥ କୁସୁନପୁର ଛକ ନିକଟରେ ଏକ ଚିଙ୍ଗୁଡି ବୋଝେଇ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଫଳରେ ମାଛ ସବୁ ରାସ୍ତାରେ ଖେଳେଇ ହୋଇ ରାସ୍ତା ଉପରେ ପଡିଥିଲା। ଏହି ସମୟରେ ରାସ୍ତାରେ ପଡିଥିବା ମାଛକୁ ଲୋକେ ଜରି ଓ ବ୍ୟାଗରେ ଭର୍ତି କରି ନେଉଥିବା ଦେଖିବାକୁ ମିଳିଥିଲା। କିଛି ମାଛ ଗାଡି ଚକାତଳେ ନଷ୍ଟ ବି ହୋଇଯାଇଛି ମାଛ ବୋଝେଇ ପିକଅପ ଭ୍ୟାନ ପଶ୍ଚିମବଙ୍ଗ ଦିଘା ଅଞ୍ଚଳରୁ ପାରାଦୀପ ଆସୁଥିଲା । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛି ।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ୫ ନମ୍ବର ଜାତୀୟ ରାଜପଥରେ କୁସୁନପୁର ଛକ ନିକଟରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଚିଙ୍ଗୁଡି ମାଛ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ଯାହା ଫଳରେ ମାଛ ସବୁ ରାସ୍ତା ଉପରେ ଖେଳେଇ ହୋଇ ପଡିଥିଲା । ତେବେ ରାସ୍ତାରେ ପଡିଥିବା ମାଛକୁ କିଛି ଲୋକ ଜରି ଏବଂ ବ୍ୟାଗରେ ଭର୍ତ୍ତି କରି ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ବହୁତ ମାଛ ଯାତାୟାତ କରୁଥିବା ଗାଡି ଚକା ତଳେ ମାଡି ହୋଇ ନଷ୍ଟ ମଧ୍ୟ ହୋଇଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ମାର୍ଶାଘାଇ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ତଳରେ ମାର୍ଶାଘାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Comments are closed.