Odisha Link
Bridging the Missing Links in Odisha

୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ଅଳ୍ପ କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଛି ପ୍ରବଳ ଶୀତ। ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛନ୍ତି। ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧, ଦାରିଙ୍ଗବାଡ଼ିରେ ୭.୫, ଭବାନୀପାଟଣାରେ ୮.୫, କୋରାପୁଟରେ ୯, କେନ୍ଦୁଝରରେ ୯.୧, ଝାରସୁଗୁଡ଼ାରେ ୯.୪, ସମ୍ବଲପୁରରେ ୯.୬ ଓ ତାଳଚେରରେ ୯.୭ ଡିଗ୍ରୀ ତାପମାତ୍ରା ରହଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି, “କୋଲ୍ଡ ୱେଭ୍‌ ପାଇଁ ୫ଟି ସହରରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଛି- ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ନୟାଗଡ଼। ଏହିସବୁ ଜିଲ୍ଲାରେ କୋଲ୍ଡ ୱେଭ୍‌ କଣ୍ଡିସନ୍ ଦେଖାଦେବ।

ସେ ଆହୁରି କହିଛନ୍ତି, ଆସନ୍ତା ୨୪ ଘଣ୍ଟା ପାଇଁ ଘନକୁହୁଡ଼ି ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ଆଗାମୀ ୫ ଦିନ ଯାଏ ଆକାଶ ମେଘ ମୁକ୍ତ ରହିବ। ଗୋଟିଏ ଦୁଇଟି ଜାଗାରେ ଆକାଶ ମେଘୁଆ ରହିପାରେ। ହେଲେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

Comments are closed.