Odisha Link
Bridging the Missing Links in Odisha

ଦିଅର ଭାଉଜ ମୃତ୍ୟୁ

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏକ ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ଅଛନ୍ତି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଉଭୟେ ସମ୍ପର୍କରେ ଦିଅର ଭାଉଜ ବୋଲି ଜଣା ପଡ଼ିଛି ।

ପୋଲିସ ପଡ଼ୋଶୀଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କିନ୍ତୁ ମୃତକଙ୍କ ପରିବାର ଲୋକେ ଆସି ନ ଥିବାରୁ ଶବଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇ ପାରି ନାହିଁ । ଦୁହେଁ କିଟନାଶକ ଓୌଷଧ ଖାଇ ମୃତ କରିଛନ୍ତି । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡ଼ି ନାହିଁ ।

Comments are closed.