Odisha Link
Bridging the Missing Links in Odisha

ସିଏଏ: କେନ୍ଦ୍ରକୁ ହିନ୍ଦୁ ଶରଣାର୍ଥୀଙ୍କ ତାଲିକା ଦେଲେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ପ୍ରଥମ ରାଜ୍ୟ ଭାବେ ସିଏଏକୁ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶରେ ଥିବା ଯୋଗୀ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ହିନ୍ଦୁ ଶରଣାର୍ଥୀମାନଙ୍କ ତାଲିକା ପ୍ରଦାନ କରାଯାଇଛି। ରାଜ୍ୟର ୧୯ ଜିଲ୍ଲାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଶେର ହିନ୍ଦୁ ଶରଣାର୍ଥୀମାନେ ଅଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯାଇଛି।

ଗତ ସପ୍ତାହରେ ଗୃହ ବିଭାଗ ପକ୍ଷରୁ ସମସ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଜିଲ୍ଲାପାଳମାନେ ତତ୍ପରତାର ସହ କାର୍ଯ୍ୟ କରିଥିଲେ। ୟୂପିର ଆଗ୍ରା, ରାଏବରେଲୀ, ଶାହାରନପୁର, ଗୋରଖପୁର, ଆଲିଗଡ଼, ରାମପୁର, ମୁଜାଫରନଗର, ହାପୁର, ମଥୁରା, କାନପୁର, ପ୍ରତାପଗଡ଼, ବାରଣାସୀ, ଆମେଥି, ଝାନସୀ, ଲକ୍ଷ୍ମୀପୁର, ଖେରି, ଲକ୍ଷ୍ମୌ, ମିରଟ ଓ ପିଲଭିଟ ଆଦି ଜିଲ୍ଲାରେ ପ୍ରାୟ ୪୦ ହଜାର ଅଣ ମୁସଲିମ ଶରଣାର୍ଥୀ ରହିଥିବା ପ୍ରାରମ୍ଭିକ ଗଣନାରୁ ଜାଣିବାକୁ ମିଳିଛି।

Comments are closed.