Odisha Link
Bridging the Missing Links in Odisha

‘କୁଇନ୍’ ରୂପରେ ଆସିବେ ବର୍ଷା

ଭୁବନେଶ୍ବର : ଓଲିଉଡର ନିର୍ଦେଶକ ମୃତ୍ୟୁଞ୍ଜୟ ସାହୁ ଙ୍କ ସିନେମା ‘କୁଇନ୍’ ଆଗାମୀ ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହି ସିନେମାରେ ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଓ ଜୟଜିତ ନଜର ଆସୁଛନ୍ତି । ସିନେମାଟିକୁୁ ବିଜୟ କନ୍ଦୋଇ ପ୍ରଯୋଜନା କରିଛନ୍ତି ।

ଏହି ସିନେମା ପୂର୍ବରୁ ‘ରକତ ଚିହ୍ନିଛି ନିଜର କିଏ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ଟୋପାଏ ସିନ୍ଦୁର ଦି’ ଟୋପା ଲୁହ’, ‘କଥା ଦେଇଥିଲି ମା’କୁ’, ‘ଥ୍ୟାଙ୍କ୍ ୟୁ ଭଗବାନ୍’ , ‘ଦିୱାନା’, ‘ଦୋସ୍ତି’ ଭଳି ଓଡ଼ିଆସିନେମା ନିର୍ମାଣ କରିଛନ୍ତି ।

ବର୍ଷା ଓ ଜୟଜିତଙ୍କ ବ୍ୟତିତ ସିନେମାରେ ଉଷସୀ ମିଶ୍ର,ପପି ସନ୍ତୁକା ଏବଂ ହରିଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ସିନେମାର ସଂଳାପ ବିଜୟ ମଲ୍ଲ ଲେଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦେଶକ ହେଲେ ମଳୟ ମିଶ୍ର । ଓଲିଉଡ ହିରୋଇନ୍ ଭାବେ ବର୍ଷା ପ୍ରିୟଦର୍ଶିନୀ ବ୍ରଜରାଜ ମୁଭିଜର ସୁପରହିଟ୍ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ।

Comments are closed.