Odisha Link
Bridging the Missing Links in Odisha

ସଞ୍ଜୟ କହିଲେ ‘ଡନ୍‌ କରୀମ ଲାଲା ସହ ସାକ୍ଷାତ କରୁଥିଲେ ଈନ୍ଦିରା’, ପରେ ଦେଲେ …

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଣ୍ଡରଓ୍ବାଲର୍ଡ ଡନ୍‌ ହାଜି ମସ୍ତାନା ଏବଂ କରିମ ଲାଲାଙ୍କ ସହ ସାକ୍ଷାତ କରୁଥିଲେ। ଈନ୍ଦିରା ଗାନ୍ଧୀଙ୍କ ଉପରେ ଏଭଳି ଆରୋପ ଆଣିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଯାହାକୁ ନେଇ ରାଜନୀତି ଗରମ ହୋଇଯାଇଛି। ନିଜର ବୟାନ ପରେ ବିବାଦ ବଢ଼ିବା ପରେ ସଞ୍ଜୟ ରାଉତ ସଫେଇ ଦେଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ମିଲିନ୍ଦ ଦେବଡ଼ା ଶିବସେନା ନେତା ଦେଇଥିବା ବୟାନ ଫେରେଇ ନିଅନ୍ତୁ ବୋଲି ଦାବି କରିଛନ୍ତି।

ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ କି, ୬୦ରୁ ୮୦ ଦଶକ ଆରମ୍ଭରେ ମୁମ୍ବାଇର ଅଣ୍ଡରଓ୍ବାଲର୍ଡରେ ଡନ୍‌ କରିମ ଲାଲା , ହାଜି ମସ୍ତାନ ଓ ବର୍ଦରାଜନ ମୁଦାଲୟାର ତିନି ଡନ୍‌ ଥିଲେ। ଏହି ତିନି ମୁମ୍ବାଇରେ ରାଜ କରୁଥିଲେ। ଏହି ତିନି ନିଷ୍ପତ୍ତି କରୁଥିଲେ ଯେ କିଏ ମୁ‌ମ୍ବାଇର ପୁଲିସ୍‌ କମିଶନରେ ହେବେ ଓ ରାଜ୍ୟ ସଚିବାଳୟରେ କିଏ ବସିବ। ଯେବେବି ହାଜି ମସ୍ତାନ ସଚିବାଳୟ ଯାଉଥିଲା ତାକୁ ଦେଖିବା ପାଇଁ କର୍ମଚାରୀ ମାନେ କାମ ଛାଡ଼ି ଦେଖିବାକୁ ଯାଉଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ଈନ୍ଦିରା ଗାନ୍ଧୀ ଦକ୍ଷିଣ ମୁମ୍ବାଇର ପାୟଧାନୀ ଅଞ୍ଚଳରେ କରୀମ ଲାଲା ସହ ସାକ୍ଷାତ କରୁଥିଲେ ବୋଲି କହିଛନ୍ତି ସଞ୍ଜୟ ରାଉତ।

ସଞ୍ଜୟ ରାଉତଙ୍କ ଏଭଳି ବୟାନ ପରେ ଚର୍ଚ୍ଚା ଜୋରଧରିଥିଲା ପରେ ନିଜ ବୟାନ ବଦଳାଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ, ମୁଁ ଈନ୍ଦିରା ଗାନ୍ଧୀ, ପଣ୍ଡିତ ନେହେରୁ, ରାଜୀବ ଗାନ୍ଧୀ ଏବଂ ଗାନ୍ଧୀ ପରିବାରକୁ ସମ୍ମାନ ଦେଇ ଆସିଛି। ଯେବେବି ଈନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କରାଯାଇଛି ମୁଁ ତାଙ୍କ ସହ ସର୍ବଦା ଠିଆ ହୋଇଛି ବୋଲି କହିଛନ୍ତି ସଞ୍ଜୟ। ବହୁ ରାଜନୈତିକ ଲୋକ କରୀମ ଲାଲାକୁ ସାକ୍ଷାତ କରିବାକୁ ଯାଉଥିଲେ। କାରଣ କରୀମ ଲାଲା ମୁସଲମାନ ସମ୍ପ୍ରଦାୟ ନେତା ଥିଲେ। ଏଥିପାଇଁ ଲୋକ ମୁସଲମାନ ସମୁଦାୟର ସମସ୍ୟାକୁ ନେଇ କରୀମ ଲାଲ ସହ ସାକ୍ଷାତ କରୁଥିଲେ ବୋଲି କହିଛନ୍ତି ସଞ୍ଜୟ ରାଉତ।

Comments are closed.