Odisha Link
Bridging the Missing Links in Odisha

ଆଜିଠୁ ଆଇସିସି ଅଣ୍ଡର୍‌-୧୯ କ୍ରିକେଟ୍ ବିଶ୍ୱକପ୍‌

କେପ୍ ଟାଉନ୍‌: ଆଜିଠୁ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ ଦଶ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ ଦୁଇଟି ଟିମ୍ କ୍ୱାର୍ଟରଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ବିଶ୍ବକପ୍‌ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ୨୦୦୮ରୁ ଦବଦବା ଆରମ୍ଭ କରିଥିଲା ଏବଂ ସେବେଠାରୁ ଜୁନିୟର କ୍ରିକେଟରେ ଏହି ଆଧିପତ୍ୟ କାଏମ ରହିଛି। ଭାରତ ଗ୍ରୁପ୍‌-ଏ’ରେ ନ୍ୟୁଜିଲ୍ୟାଣ୍ଡ୍‌, ଶ୍ରୀଲଙ୍କା ଓ ଜାପାନ ସହ ସ୍ଥାନ ପାଇଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ, ଯାହା ୧୯ ତାରିଖରେ ବ୍ଲୋଏମଫୋଣ୍ଟେନରେ ଖେଳାଯିବ। ଗ୍ରୁପ୍‌-ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନାଇଜେରିଆ ଓ ୱେଷ୍ଟଇଣ୍ଡିଜ୍‌, ଗ୍ରୁପ୍‌-ସି’ରେ ବାଂଲାଦେଶ, ପାକିସ୍ତାନ, ସ୍କଟଲ୍ୟାଣ୍ଡ୍‌, ଜିମ୍ବାୱେ ଏବଂ ଆଫଗାନିସ୍ତାନ, କ୍ୟାନାଡ଼ା, ଦକ୍ଷିଣ ଆଫ୍ରିକା ଓ ୟୁଏଇ ରହିଛନ୍ତି।

ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପଞ୍ଚମ ଟାଇଟଲ୍ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଟିମର କ୍ୟାପଟେନ୍ ପ୍ରିୟମ ଗର୍ଗ ସମେତ ୬ ସିନିୟର କ୍ରିକେଟ୍ (ପ୍ରଥମଶ୍ରେଣୀ, ଲିଷ୍ଟ୍‌-ଏ, ଟି-୨୦) ଖେଳିସାରିଛନ୍ତି। ଏହାସହ ଚାରି ଖେଳାଳି ଯଶସ୍ୱୀ ଜୈସୱାଲ୍‌, ପ୍ରିୟମ ଗର୍ଗ, ରବି ବିଷ୍ଣୋଇ ଓ କାର୍ତ୍ତିକ ତ୍ୟାଗି ଆଇପିଏଲ୍ ଚୁକ୍ତିପ୍ରାପ୍ତ କରିସାରିଛନ୍ତି।

Comments are closed.