Odisha Link
Bridging the Missing Links in Odisha

ବୈଷୟିକ ତ୍ରୁଟି ନା ୧୭ ବର୍ଷୀୟ ଖେଳାଳି ଭାଙ୍ଗିଲେ ସୋଏବ ଅଖତାରଙ୍କ ରେକର୍ଡ

ନୂଆଦିଲ୍ଲୀ: ଆଇସିସି ଅଣ୍ଡର-୧୯ ବିଶ୍ବକପ୍‌ରେ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାରେ। ରବିବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଟିମର ଦ୍ରୁତ ବୋଲର ମଥିଶା ପଥିରାନା ଘଣ୍ଟାକୁ ୧୭୫ କିମି ସ୍ପିଡରେ ବଲ ପକାଇଥିବା ଟିଭି ସ୍କ୍ରିନରେ ଦେଖାଯାଇଥିଲା। ଯାହା ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି।

ରବିବାର ଭାରତ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ। ହେଲେ ପ୍ରଥମ ଇନିଂସର ୪ର୍ଥ ଓଭରରେ ମଥିଶା ପଥିରାନା ଘଣ୍ଟା ପ୍ରତି ୧୭୫ କିମି ବେଗରେ ଏକ ବଲ୍ ଫିଙ୍ଗିଥିଲେ। ପଥିରାନା ଏହି ବଲ ଭାରତର ବ୍ୟାଟସମ୍ୟାନ ଯଶସ୍ଵୀ ଜୟସଓ୍ଵାଲଙ୍କ ବିରୋଧରେ ଫିଙ୍ଗିଥିଲେ। ଚତୁର୍ଥ ଓଭରର ଏହି ଅନ୍ତିମ ବଲ୍ ଜୟସଓ୍ଵାଲଙ୍କ ଲେଗ୍ ସାଇଡ ଦେଇ ଚାଲି ଯାଇଥିଲା। ଯାହାକୁ ଅମ୍ପାୟର ଓ୍ଵାଇଡ୍ ବଲ ଘୋଷିତ କରିଥିଲେ। ଏହା ମଧ୍ୟରେ ଟିଭି ସ୍କ୍ରିନରେ ଯେବେ ବଲର ଗତି ଦେଖାଗଲା ତେବେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। କାରଣ ସ୍କ୍ରିନରେ ଏହି ବଲର ଗତି ୧୭୫ କିମି ଦେଖାଯାଇଥିଲା।  ଅନ୍ୟପଟେ ଆଇସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ଅଦ୍ୟାବଧି ଦ୍ରୁତ ଗତିରେ ବୋଲିଂ କରିବାର ରେକର୍ଡ଼ ପାକିସ୍ତାନର ବଡ଼ ବୋଲର ସୋଏବ ଅଖତାରଙ୍କ ନାମରେ ରହିଛି। ସେ ୨୦୦୩ରେ ଇଂଲଣ୍ଡ ବିପକ୍ଷ ବିଶ୍ଵକପର ଏକ ମ୍ୟାଚରେ ୧୬୧.୩ ଘଣ୍ଟା ପ୍ରତି ବେଗରେ ବୋଲିଂ କରିଥିଲେ।

Comments are closed.