Odisha Link
Bridging the Missing Links in Odisha

ପୁଣି ଏକାଠି ହେବେ ‘କର୍ମା’ ସିନେମାର ଦୁଇ ହିରୋ

ମୁମ୍ୱାଇ : ବଲିଉଡ ନିର୍ଦେଶକ -ନିର୍ମାତା ସୁଭାଷ ଘାଇ ଆଜି ୭୫ ବୟସରେ ପାଦ ଦେଇଛନ୍ତି । ସେ ୧୯୪୫ ମସିହା ନାଗପୁର ଠାରେ ଜନ୍ମ ହୋଇଥିଲେ । ସେ ୧୯୬୩ ମସିହାରେ ଅଭିନୟ ପାଇଁ ପାଠପଢ଼ା ଆରମ୍ଭ କରିଥିଲେ । ସୁଭାଷ ପ୍ରଥମେତ ଅଭିନେତା ହେବାପାଇଁ ଆସିଥିଲେ କିନ୍ତୁ ବନିଯାଇଥିଲେ ନିର୍ଦେଶକ ।

ସେ ଅନେକ ହିଟ୍ ସିନେମାରେ ନିର୍ଦେଶନା ଦେଇଛନ୍ତି , ସେଗୁଡ଼ିକ ହେଲା ମେରି ଜଙ୍ଗ୍‌, ରାମଲଖନ୍‌ ,କାଳୀଚରଣ, ବିଶ୍ୱନାଥ, କର୍ମା, ହିରୋ, ବିଧାତା, ସୌଦାଗର, ଖଲନାୟକ, ପରଦେଶ ଓ ତାଲ୍‌ ଆଦି । ତେବେ ସୁଭାଷ ‘ରାମଚନ୍ଦ କିଶନ୍‌ଚନ୍ଦ’ ଟାଇଟଲରେ ଏକ ସିନେମା ନିର୍ମାଣ କରୁଛନ୍ତି ।

ଏହି ସିନେମାରେ ଦୁଇ ପୁରୁଣା ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେ ଆଉ କେହି ନୁହଁନ୍ତି ସେ ହେଲେ ଅନୀଲ କପୁର ଓ ଜ୍ୟାକିଶ୍ରଫ୍‌ । ଏଥିରେ ଅନୀଲ ଓ ଜ୍ୟାକିଙ୍କୁ ୫୦ ବର୍ଷ ବୟସ୍କ ଦୁଇ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ସିନେମାଟି ଏକ କ୍ରାଇମ୍‌-କମେଡି ଉପରେ ଆଧାରିତ।

Comments are closed.