Odisha Link
Bridging the Missing Links in Odisha

ଆମେରିକା: ଗର୍ଭବତୀ ମହିଳାଙ୍କୁ ଲାଗିଲା ଭିସା କଟକଣା

ୱାଶିଂଟନ : ଗର୍ଭବତୀ ମହିଳାଙ୍କୁ ଆମେରିକା ପର୍ଯ୍ୟଟନ ଭିସା ଦେବା ଉପରେ ଲାଗୁ ହୋଇଛି କଟକଣା। ଆମେରିକା ସମ୍ବିଧାନର ନିୟମ ଅନୁଯାୟୀ ଆମେରିକାରେ ଜନ୍ମ ଲାଭ କରୁଥିବା ପ୍ରତ୍ୟେକ ଶିଶୁ ସେଠାକାର ନାଗରିକତ୍ବ ପାଇଥାଏ। ଏପରି ନାଗରିକତ୍ବ ପ୍ରଦାନକୁ ଏଡାଇବା ପାଇଁ ଆମେରିକା ନୂଆ ଭିସା ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।

ଏପରି ନିୟମକୁ କାର୍ଯ୍ୟକାରୀ କରିବା ଆମେରିକା ପ୍ରଶାସନ ପାଇଁ ​କଷ୍ଟକର। କାରଣ ଭିସା ପ୍ରଦାନ ସମୟରେ ମହିଳା ଜଣଙ୍କ ଗର୍ଭବତୀ କି ନାହିଁ ତାହା ଜାଣିବା ସବୁ ସମୟରେ ସମ୍ଭବ ନୁହେଁ। ଏଥସହ ମହିଳା ଜଣକ ଗର୍ଭବତୀ ଅଛନ୍ତି କି ନାହିଁ ​‌ସେସମ୍ପର୍କରେ ପ୍ରଶ୍ନ କରିବାର ଅଧିକାର ପ୍ରଶାସନର ନାହିଁ।

Comments are closed.