Odisha Link
Bridging the Missing Links in Odisha

ରାନୁଙ୍କ ବିଷୟରେ ମୁହଁ ଖୋଲିଲେ ହିମେଶ !

ମୁମ୍ବାଇ : ଲତା ମଙ୍ଗେସକରଙ୍କର ଗୀତ ଗାଇ ରାତା ରାତି ଷ୍ଟାର ବନିଯାଇଥିଲେ ରାନୁ ମଣ୍ଡଳ । ତାଙ୍କର ସେହି ଗୋଟିଏ ଭିଡ଼ିଓ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ।ତାପରେ ତାଙ୍କୁ ହିମେଶ ରେଶମିୟା ନିଜ ସିନେମା ସୁଯୋଗ ଦେଇଥିଲେ । ରାନୁ ନିଜ ବ୍ୟବହାରକୁ ନେଇ ଅନେକ ଟ୍ରୋଲର ଶିକାର ହୋଇଛନ୍ତି । ସେ ରାମ୍ପ୍‌ ଶୋ’ରେ ଚାଲିବା ହେଉକି ଫ୍ୟାନ୍‌ମାନଙ୍କୁ ସେଲ୍ଫି ନଦେବା ଓ ଗାଳି କରିବା ।

ଏହା ବିଷୟରେ ହିମେଶ ନିଜ ପ୍ରତିକ୍ରିୟା ରଖି କହିଛନ୍ତି , “ଯେତେବେଳେ ମୁଁ ରାନୁଙ୍କୁ ବ୍ରେକ୍ ଦେଇଥିଲି ମୋତେ ଲାଗିଥିଲା ଯେ ଲତାଜୀଙ୍କ ସ୍ୱର ମିଳିବ ଓ ଏହା ହିଁ ହୋଇଥିଲା । ‘ତେରି ମେରୀ କାହାନୀ’ ହିଟ୍ ହୋଇଥିଲା। ଏହାପରେ ରାନୁ ଆହୁରି ଲୋକପ୍ରିୟ ହୋଇଯାଇଥିଲେ। କିନ୍ତୁ ଫ୍ୟାନଙ୍କ ସହିତ ଫଟୋ ନଉଠାଇବାରୁ ସେ ଟ୍ରୋଲ୍ ହୋଇଥିଲେ। ମୋତେ ଏହା ପଛର କାହାଣୀ ଜଣାନାହିଁ। ତେଣୁ ଏହି ବିଷୟରେ ଟିପ୍ପଣୀ ଦେବା ପାଇଁ ମୁଁ ଠିକ୍‌ ବ୍ୟକ୍ତି ନୁହେଁ।”

ସେ ପୁଣି କହିଛନ୍ତି, “ଷ୍ଟାର୍‌ ହେବା ପରେ ଲୋକଙ୍କ ଦୃଷ୍ଟି ଆପଣଙ୍କ ଉପରେ ନିବଦ୍ଧ ରହେବ। ଲୋକଙ୍କର ବହୁତ ଭଲ ପାଇବା ମିଳେ। ତେବେ ଏଥିପାଇଁ ଆମକୁ ବି ପ୍ରସ୍ତୁତ ରହିବା ଆବଶ୍ୟକ। ମୋତେ ଲାଗୁନାହିଁ ଯେ ରାନୁ ଏସବୁ ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେ ଷ୍ଟାର୍‌ ହୋଇସାରିଛନ୍ତି। ଆମକୁ ଭଲ ଲାଗୁ କିମ୍ୱା ନଲାଗୁ, ପ୍ରତ୍ୟେକ ସେଲେବ୍ରିଟିଙ୍କୁ ଏପରି ସମୟ ଦେଇ ଯିବାକୁ ପଡ଼ିଥାଏ।”

Comments are closed.