Odisha Link
Bridging the Missing Links in Odisha

ମାପ ଓ ଓଜନ ଠକେଇ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ: ରଣେନ୍ଦ୍ର ପ୍ରତାପ

ଭୁବନେଶ୍ବର: ଅସାଧୁ ବ୍ୟବସାୟକୁ ରୋକିବା ତଥା ଖାଉଟିଙ୍କ ସୁରକ୍ଷା ନିମନ୍ତେ ରାଜ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ଓ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ମାପ ଓ ଓଜନ ଠକେଇ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏଥି ସହିତ ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ମଧ୍ୟ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଅପରାହ୍ନରେ ବୈଧ ମାପ ଓ ଓଜନ (ଲିଗାଲ୍‌ ମେଟେରୋଲୋଜି) ନିର୍ଦ୍ଦେଶାଳୟ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ନିର୍ଦ୍ଦେଶାଳୟକୁ ଅଧିକ ସକ୍ରିୟ ଏବଂ କ୍ରିୟାଶୀଳ କରିବା ପାଇଁ ସଂପୂର୍ଣ୍ଣ ଡିଜିଟାଇଜେସନ୍‌ କରାଯିବ। ବିଭିନ୍ନ ପରୀକ୍ଷାଗାରଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ କରାଯିବ ଯେ ପରି ଖାଉଟିମାନେ ସିଧାସଳଖ ଏହାର ଲାଭ ପାଇ ପାରିବେ। ଚଳିତ ବର୍ଷ ନିର୍ଦ୍ଦେଶାଳୟକୁ ବିଭିନ୍ନ ଫିସ୍‌ ଏବଂ ଫାଇନ୍‌ସ ଆଦାୟ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ କିଛି ଜିଲ୍ଲାରେ କମ ସଂଖ୍ୟକ ଯାଞ୍ଚ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଯେଉଁ ସବୁ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟାଳୟ ଓ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଜମିର ସମସ୍ୟା ଅଛି ତାହାକୁ ଦୂର କରିବା ପାଇଁ ତୁରନ୍ତ ସ୍ଥାନୀୟ ତହସିଲ୍‌ଦାର, ଜିଲ୍ଲା ପାଳ ଏବଂ ଲୋକ ପ୍ରତିନିଧିଙ୍କ ସହିତ ସମନ୍ୱୟ ରକ୍ଷା କରି ଜମି ହାସଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଆଞ୍ଚଳିକ ସ୍ତରରେ ଥିବା ପରୀକ୍ଷାଗାର ଏବଂ କା୩⁄୪ର୍୍ୟାଳୟର ବିଭିନ୍ନ ଖାଲିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶାଳୟ ପରିଦର୍ଶନ କରିବା ଅବସରରେ କାର୍ଯ୍ୟାଳୟରେ ୧୦୦ ବର୍ଷରୁ ଊଦ୍ଧ୍ୱର୍ ପୁରାତନ ମାପ ଓ ଓଜନ ଯନ୍ତ୍ର ପାତିକୁ ସଂପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହିସବୁ ପୁରାତନ ଯନ୍ତ୍ର ପାତିକୁ ନେଇ ସେଠାରେ ଥିବା ମ୍ୟୁଜିୟମରେ ରଖାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ସହିତ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ପରିଷ୍କାର ରଖିବା ପାଇଁ ମନ୍ତ୍ରୀ କହିଥିଲେ।

ସମୀକ୍ଷା ବୈଠକରେ ଖାଦ୍ୟେ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ, ବୈଧ ମାପ ଓ ଓଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏସ୍‌.ଏନ୍‌. ଦାସଙ୍କ ସମେତ ରାଜ୍ୟର ସମସ୍ତ ଡେପୁଟି କଣ୍ଟ୍ରୋଲର, ଆସିଷ୍ଟାଣ୍ଟ କଣ୍ଟ୍ରୋଲର, ସିନିଅର ଇନସପେକ୍ଟର ଏବଂ ଇନ୍‌ସେ ପକଫରମାନେ ଉପସ୍ଥିତ ଥିଲେ।

Comments are closed.