ବାର୍ଡ ଫ୍ଲୁ: ନନ୍ଦନକାନନ ପକ୍ଷୀ ବିହାର ବନ୍ଦ

ଭୁବନେଶ୍ବର: ଆଜିଠୁ ବାର୍ଡ ଫ୍ଲୁ ଆଶଙ୍କାରେ ବନ୍ଦ ନନ୍ଦନକାନନ ପକ୍ଷୀ ବିହାର। ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସଂକ୍ରମିତ ନହେବାକୁ ନିଆଯାଇଛି ସତର୍କତା। ବାର୍ଡ ଫ୍ଲୁ ଆଶଙ୍କାର ବଡ ପଦକ୍ଷେପ ନେଇ ପକ୍ଷୀ ବିହାରକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଆଜିଠାରୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏଁ ପକ୍ଷୀ ବିହାରକୁ ଖୋଲା ଯିବନି। ବାର୍ଡ ଫ୍ଲୁ ପାଇଁ କେବଳ ପକ୍ଷୀ ବିହାର ବନ୍ଦ ରହିବ। ମାତ୍ର ନନ୍ଦନକାନନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।