Odisha Link
Bridging the Missing Links in Odisha

ତପ୍ତପାଣି ସଡ଼କ ଦୁର୍ଘଟଣା : ଦୁଃଖ ପ୍ରକାଶ କଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

ଆନ୍ଧ୍ରପ୍ରଦେଶ : ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ହୋଇଥିବା ଯାତ୍ରୀଙ୍କ ଖବର ଶୁଣି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମର୍ମାହତ ହେବା ସହିତ ଦୁଃଖ ପ୍ରକାଶ କରିଛନ୍ତି ।

ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଦୁଃଖଦ ମୁହୁର୍ତ୍ତରେ ସେମାନଙ୍କର ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହାସ ଧରିବା ପାଇଁ ସେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଆହତମାନଙ୍କୁ ଓଡ଼ିଶା ସରକାର ଚିକିତ୍ସାର ସୁବନ୍ଦୋବସ୍ତ ଓ ମୃତକ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

Comments are closed.