Odisha Link
Bridging the Missing Links in Odisha

କବିମାନେ ହେଉଛନ୍ତି ଦିବ୍ୟଦ୍ରଷ୍ଟା : ରାଜ୍ୟପାଳ

ଭୁବନେଶ୍ୱର: ଶବ୍ଦ ହେଉଛି ବ୍ରହ୍ମ । ଏହାର ବ୍ୟାପ୍ତି ଅନନ୍ତ । ଜଣେ ଯଦି ଶବ୍ଦ ଉଚ୍ଚାରଣ ନକରି କେବଳ ଚିନ୍ତା କରେ, ତାହା ମଧ୍ୟ ବ୍ରହ୍ମାଣ୍ଡରେ ବ୍ୟାପିଯାଏ । ଏହା ହିଁ ଶବ୍ଦର ମହାତ୍ମ୍ୟ ଓ ମହତ୍ତ୍ୱ ବୋଲି ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ କବି ଚକ୍ରଧର ରାଉତଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଜ୍ୟ ପାଳ ପ୍ରଫେସର ଲାଲ କହିଲେ ଯେ କବିମାନେ ହେଉଛନ୍ତି ଦିବ୍ୟଦ୍ରଷ୍ଟା ।

କାହା ଗୋଡରେ କଣ୍ଟା ଲାଗିଲେ ଅନ୍ୟ ଯେ କେହି କଷ୍ଟ ଅନୁଭବ କରେ, ସେ ହେଉଛି କବି । ସେମାନେ ହେଉଛନ୍ତି ଭାବ ଓ ଆବେଗର ରୂପକାର । ମୂକକୁ ମୁଖର କରିବାର ଶକ୍ତି ଅଛି ସେମାନଙ୍କର । କବି ଚକ୍ରଧର ରାଉତଙ୍କ ସାଧନା ଓ ସିଦ୍ଧି ଉତ୍ତର ପୁରୁଷଙ୍କୁ ଅନୁ ପ୍ରାଣୀତ କରିବ ବୋଲି ରାଜ୍ୟପାଳ କହିଥିଲେ ।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ବିଶିଷ୍ଟ ଲେଖକ ବିଜୟ ନାୟକ, କବିଙ୍କ ପୁତ୍ର ତଥା ସାମାଜିକ କର୍ମୀ ଦୟାନିଧି ରାଉତ ପ୍ରମୁଖ କବି ଦାୟାନିଧି ରାଉତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନ ଓ କବିତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରକାଶିତ ସ୍ମରଣିକା ‘ସୃତିତୀର୍ଥ’କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ ।

Comments are closed.