Odisha Link
Bridging the Missing Links in Odisha

ଏକାଠ କାମ କରିବେ ରିଷି ଓ ଦୀପିକା

ମୁମ୍ବାଇ: ବଲିଉଡ ଷ୍ଟାର ଦୀପିକା ପାଦୁକୋନ୍‌ଙ୍କ ସିନେମା ଛପାକ ଚଳିତ ବର୍ଷ ରିଲିଜ ହୋଇଥିଲା କିନ୍ତୁ ଏହା ବକ୍ସ ଅଫିସ୍‌ରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା । ଏବେ ଦୀପିକାଙ୍କ ଅନ୍ୟ ଏକ ପ୍ରୋଜେକ୍ଟ ର ଘୋଷଣା ହୋଇସାରିଛି ।

https://www.instagram.com/p/B70pHF2jPdJ/

ସୂଚନା ଅନୁଯାୟୀ, ସିନେମାଟି ୨୦୧୫ରେ ଆସିଥିବା ହଲିଉଡ୍‌ ସିନେମା ‘ଦ ଇଟର୍ନ’ର ହିନ୍ଦୀ ରିମେକ୍‌ ହେବ। ‘ଦ ଇଟର୍ନ’ରେ ଏନି ହ୍ୟାଥୱେ ଓ ରବର୍ଟ ଡି ନିରୋ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଦୀପିକା ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପରବର୍ତ୍ତୀ ସିନେମାକୁ ନେଇ ଉତ୍ସାହିତ ଅଛି। ଏହି ସିନେମାଟି ଏକ ଇଣ୍ଟିମେଟ୍‌ ରିଲେସନ୍‌ଶିପ୍‌ ଉପରେ ଆଧାରିତ । ଏହା ଏକ ଲାଇଟ୍‌ କମେଡ଼ି ଡ୍ରାମା ସିନେମା, ଯାହାକୁ ଦୀପିକା ବହୁ ଦିନରୁ କରିବାକୁ ଚାହୁଁଥିଲେ ।

ସିନେମାରେ ପ୍ରଥମଥର ପାଇଁ ରିଶି କପୁର ଏବଂ ଦୀପିକା ପାଦୁକୋନ୍‌ ଏକାଠି ନଜର ଆସିବେ । ରିଷି କପୁର ଟ୍ୱିଟ୍‌ କରି ଲେଖିଛନ୍ତି, “ଦୀପିକାଙ୍କ ସହ ଆଉ ଏକ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଆଜିକାର ସମୟରେ ‘ଦ ଇଟର୍ନ’ ଏକ ବେଶ୍ ପ୍ରାସଙ୍ଗିକ ସିନେମା । ଏଥିରେ ମଣିଷର ସମ୍ପର୍କକୁ ସୁନ୍ଦର ଭାବେ ଦେଖା ଯାଇଛି । ମୁଁ ଦୀପିକାଙ୍କ ସହ କାମ କରିବା ପାଇଁ ବେଶ୍ ଉତ୍ସାହିତ ଅଛି।”

‘ଦ ଇଟର୍ନ’ର ଭାରତୀୟ ଆଡାପ୍‌ସନ୍ ୨୦୨୧ରେ ରିଲିଜ୍‌ ହେବ। ଦୀପିକା ଏଥିରେ ଅଭିନୟ କରିବା ସହିତ ପ୍ରଯୋଜନା ମଧ୍ୟ କରିବେ।

Comments are closed.