Odisha Link
Bridging the Missing Links in Odisha

ବାର୍ଷିକ ମହୋତ୍ସବରେ ଯୋଗଦେବେ ସୂର୍ଯ୍ୟନାରାୟଣ

ଭୁବନେଶ୍ୱର : ବିଶାଖା ଶ୍ରୀ ଶାରଦା ପୀଠମ୍‌ ଆନୁକୂଲ୍ୟରେ ଚିନାମୁିସିଦିଓ୍ୱାଡ଼ା, ପେଣ୍ଡୁର୍ଥୀ, ବିଶାଖା ପାଟଣାସ୍ଥିତ ଶ୍ରୀ ଶାରଦା ପୀଠମ୍‌ଠାରେ ବାର୍ଷିକ ମହୋତ୍ସବ ଚଳିତ ଜାନୁଆରୀ ୩୦ରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ମହାନ ଧାର୍ମିକ ତଥା ସାଂସ୍କୃତିକ ସମ୍ମିଳନୀରେ ଯୋଗ ଦେବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଶାଖା ପାଟଣା ଅଭିମୁଖେ ଯାତ୍ରା କରିଛନ୍ତି ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସମ୍ପ୍ରଦାୟ ଶ୍ରୀ ଶ୍ରୀ ଶ୍ରୀ ସ୍ୱରୂପାନନ୍ଦେନ୍ଦ୍ର ସରସ୍ୱତୀ ମହାସ୍ୱାମୀ ମଧ୍ୟ ଏଥିରେ ଯୋଗଦେବେ। ସେଠାରେ ହଜାର ହଜାର ସଂଖ୍ୟାରେ ସନାତନ ଧର୍ମାବଲମ୍ବୀ ଭକ୍ତଙ୍କର ସମାଗମ ହେବ । ଡ. ପାତ୍ର ୩୦ ତାରିଖରେ ଶ୍ରୀ ଶ୍ରୀ ଶ୍ରୀ ଶାରଦା ପୀଠମ୍‌, ବିଶାଖା ପାଟଣାରେ ଉଦ୍‌ଘାଟନୀ ମହୋତ୍ସବରେ ଯୋଗ ଦେଇ ସେହିଦିନ ଭୁବନେଶ୍ବର ଫେରିବେ।

Comments are closed.