Odisha Link
Bridging the Missing Links in Odisha

ଛୁଞ୍ଚି ପାଇଁ ସଂକ୍ରମିତ ମହିଳାଙ୍କ ମୃତ୍ୟୁ

କଟକ: ତ୍ରୁଟିପୂର୍ଣ୍ଣ ସାଲାଇନ ଛୁଞ୍ଚି ସଂଯୋଗ ଯୋଗୁଁ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଛି। ଏସସିବିରେ ୧୮ ଦିନର ଚିକିତ୍ସା ପରେ ବଡ଼ଚଣାର ସାବିତ୍ରୀ ସାହୁଙ୍କ ମୃତ୍ୟୁ ହୋଇଛି। ୟୁରୋଲଜି ବିଭାଗରେ ସାଲାଇନ ଦେବାରେ ତ୍ରୁଟିରୁ ଏହି ଅଘଟଣ ଘଟିଥିଲା। ଭୁଲ ଛୁଞ୍ଚି ସଂଯୋଗ ପାଇଁ ସଂକ୍ରମଣ ହୋଇ ହାତରେ ପୋକ ହୋଇଯାଇଥିଲା। ଚିକିତ୍ସା ତ୍ରୁଟିରୁ ମାଆର ମୃତ୍ୟୁ ନେଇ ଝିଅ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୂର୍ବରୁ ଟ୍ୱିଟ କରି ସରକାରଙ୍କୁ ଅବଗତ କରାଯାଇଥିଲା। ପରେ ଏନେଇ ଏସିବି କର୍ତ୍ତୃପକ୍ଷ ତଦନ୍ତ ପାଇଁ ଟିମ ଗଠନ କରିଥିଲେ।