Odisha Link
Bridging the Missing Links in Odisha

ଦେଶ ଧର୍ମ ଆଧାରରେ ବିଭାଜିତ ହୋଇପାରିବନାହିଁ: ବିଜେପି ବିଧାୟକ

ଭୋପାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଗତକାଲି କହିଥିଲେ ଯେ, ଐତିହାସିକ ଭୁଲକୁ ଠିକ୍‌ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି। ଅପରପକ୍ଷେ ବିଜେପି ବିଧାୟକ ଓଲଟା ମତାମତ ଦେଇଛନ୍ତି। ମଧ୍ୟପ୍ରଦେଶର ବିଜେପି ବିଧାୟକ ନାରାୟଣ ତ୍ରିପାଠୀ କହିଛନ୍ତି, ଦେଶ ଧର୍ମ ଆଧାରରେ ବିଭାଜିତ ହୋଇପାରିବନାହିଁ, ଏହା ସମ୍ବିଧାନ ବିରୋଧୀ।

ନାରାୟଣ ତ୍ରିପାଠୀ କହିଛନ୍ତି ଯେ, “ପ୍ରଥମ କଥା ହେଉଛି ଆମେ ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଅନୁସରଣ କରିବା ଓ ସମ୍ମାନ ଦେବା ନା ଚିରିଦେବା? ସମ୍ବିଧାନରେ ସ୍ପଷ୍ଟ ଲେଖା ଅଛି ଏକ ଧର୍ମ ନିରପେକ୍ଷ ଦେଶର ଧର୍ମ ଆଧାରରେ ବିଭାଜନ ହେବନାହିଁ, ଏହା ସତ୍ତ୍ୱେ ଏପରି ହେଉଛି। ଗୋଟିଏ କଥା ପ୍ରମାଣିତ ହୋଇଯାଇଛି, ଆପଣ ସମ୍ବିଧାନର ସମର୍ଥନରେ ବା ବିରୋଧରେ।”

ଆହୁରି ସେ କହିଛନ୍ତି ଯେ, ଲୋକେ ମୁହଁ ଚାହିଁବା ବନ୍ଦ କରିଦେଲେଣି। ମୋ ଗାଁର ମୁସଲିମମାନେ ଯେତେବେଳେ ଭେଟିଲେ ଶୁଭେଚ୍ଛା ଜଣାନ୍ତି, କିନ୍ତୁ ଆଜିକାଲି ଆମକୁ ଦେଖିବାକୁ ମଧ୍ୟ ଚାହୁଁନାହାନ୍ତି। ଏଭଳି ସ୍ଥିତିରେ ଶାନ୍ତି ଅସମ୍ଭବ। ଆମେ ବସୁଧୈବ କୁଟୁମ୍ବକମ୍ କଥା କହୁଛେ ଏବଂ ଧର୍ମ ଆଧାରରେ ବିଭାଜନ କରୁଛେ। ଗାଁ ଲୋକ ଏବଂ ସହରର ଗରିବ ଲୋକ ଆଧାର କାର୍ଡ ପାଇବା ଅସୁବିଧା ହୋଇପଡ଼ୁଛି, ନାଗରିକତା ପ୍ରମାଣିତ କରିବା ପାଇଁ ଏମାନେ ଡକ୍ୟୁମେଣ୍ଟ କେଉଁଠାରୁ ପାଇବେ ବୋଲି କହିଛନ୍ତି ବିଧାୟକ।

Comments are closed.