Odisha Link
Bridging the Missing Links in Odisha

ଆସନ୍ତା ୨ମାସ ପାଇଁ କ୍ରୁଟ୍‌ ଏସି ବସ ଭଡ଼ା ରିହାତି ଜାରି ରହିବ

ଭୁବନେଶ୍ବର : କ୍ରୁଟ୍‌ ବାର୍ତ୍ତାନୁକୁଳିତ ମୋବସଭଡାକୁଆସନ୍ତା୨ମାସପାଇଁ ସ୍ଥିରରଖିବ। ଏସି ବସଭଡ଼ା ଡିସେମ୍ବରମାସରେ୩୮ପ୍ରତିଶତ କମ୍‌ କରାଯାଇଥିଲାଏବଂତାହାଆସନ୍ତା୩୧ମାର୍ଚ୍ଚ୨୦୨୦ଯାଏଁ ଜାରି ରହିବ । ମୋବସ ନିଜର ଗ୍ରାହକମାନଙ୍କ ଦୈନନ୍ଦିନଯାତ୍ରାକୁ ସୁଗମ ପରିଚାଳନା କରିବା ପାଇଁ ସର୍ବଦା ପ୍ରଚେଷ୍ଟା କରିଚାଲିଛି ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପିତି ଗ୍ରହଣକରିଛି।

ଏହି ବିଷୟରେ କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତିମହାପାତ୍ର ଜଣାଇଛନ୍ତିଯେ,ଯାତ୍ରୀମାନଙ୍କର ସୁବିଧା କ୍ରୁଟ୍‌ର ପ୍ରଥମ ଲକ୍ଷ୍ୟ ଓ ପ୍ରଦୁଷଣ ମୁକ୍ତ ମହାନଗର ପାଇଁ ପ୍ରତିଶୃତିବଦ୍ଧ । ଗତ ୨ମାସରେ ଦୈନନ୍ଦିନ ଯାତ୍ରୀ ସଂଖ୍ୟା ବହୁତ ବଢିଛି । ଯାତ୍ରୀମାନେ ବାର୍ତ୍ତାନୁକୁଳିତ ଭଡ଼ା କମ୍‌ ହେବା ପଦେକ୍ଷପକୁ ବହୁତ ଆପଣେଇଛନ୍ତି ।

ନଭେମ୍ବର ମାସରେ ପ୍ରତ୍ୟେକ ଦିନ ୮୪ହଜାର ଯାତ୍ରୀ ମୋ ବସ ସେବା ବ୍ୟବହାର କରିଥିଲେ ଏବଂ ୧୧.୭୫ଲକ୍ଷ ଯାତ୍ରୀ ଭଡା ଆଦାୟ ହୋଇଥିଲା । ଜାନୁଆରୀ ମାସରେ ଏହା ଦୈନନ୍ଦିନ ୧ଲକ୍ଷ ଏବଂ ଦୈନିକ ଭଡ଼ା ଆଦାୟ ୧୨ ଲକ୍ଷରେ ପହିପାରିଛି । ଡିସେମ୍ବର ମାସରେ ୫ପ୍ରତିଶତ ଯାତ୍ରୀ ସଂଖ୍ୟା ବୃଦ୍ଧି ହୋଇଥିଲା ।

ଅଥଚ ଯାତ୍ରୀ ଭଡ଼ା ଆଦାୟ ୧ପ୍ରତିଶତକମ୍‌ ହୋଇଥିଲା, କିନ୍ତୁ ଡିସେମ୍ବର ମାସ ତୁଳନାରେ ଜାନୁଆରି ମାସରେ ବାର୍ତ୍ତାନୁକୁଳିତ ଯାତ୍ରୀ ସଂଖ୍ୟା ୨୨ ପ୍ରତିଶତ ବଢିଛି ।ନଭେମ୍ବର ମାସରେ ଶୀତ ତାପନିୟନ୍ତୀତ ମୋ ବସରେ ୪ଲକ୍ଷ ୩୦ ଜହାର ଯାତ୍ରୀ ଯାତ୍ରା କରିଥିଲେ , ଯାହା ଡିସେମ୍ବର ମାସରେ ୫ଲକ୍ଷ ୫୦ହଜାରରେ ପହିଛି । ଜାନୁଆରି ମାସରେ ଏସିବସ ଯାତ୍ରୀ ସଂଖ୍ୟା ୯ ପ୍ରତିଶତ ବଢି ୨୭ଜାନୁଆରି ସୁଦ୍ଧା ୪ଲକ୍ଷ୭୦ ହଜାରରେ ପହିଛି ।

ଏହି ନିଷ୍ପତି ଯୋଗୁଁ ଅଧିକରୁ ଅଧିକ ଯାତ୍ରୀ ମୋବସରେ ଯାତ୍ରା କରିବେ ଏବଂ ସହରର କାର୍ବନ ଫୁଟ୍‌ପ୍ରି୍‌ କମ୍‌ କରିବା ଦିଗରେ ଏହା ସେମାନଙ୍କର ଏକ ଅଭୁତ ପୂର୍ବ ଅବଦାନ ହେବ ।ନିଜସ୍ୱ ୨ଚକିଆ ଏବଂ ୪ ଚକିଆ ଯାନ ବଦଳରେ ସର୍ବସାଧାରଣଙ୍କ ପରିବହନ ବ୍ୟବସ୍ଥାକୁ ଆପଣେଇଲେ ମହାନଗର ପାଇଁ ଏକ ଶୁଭ ସଂକେତ ହେବ ।

ମୋ ବସରେ ବର୍ତ୍ତମାନ ୨୦୦ଟି ବସ ସେବା ନିବୃତ ଅଛି,ଏହି ବର୍ଷ ଭିତରେ ୧୮୯ ଟି ଅଧିକ ବସ୍‌ ବଢିବାକୁ ଯାଉଛି । ଏଥିମଧ୍ୟରୁ ୫୦ଟି ଇଲେକଟ୍ରିକ୍‌ ବସ ପାଇଁ ଟେଣ୍ଡର ସରିଲାଣି ।

ଖୁବ୍‌ଶୀଘ୍ର ଏହି ବସ ସବୁ ରାଜଧାନୀ ଆଞ୍ଚଳିକ ପରିବହନ ବ୍ୟବସ୍ଥା ଅନ୍ତର୍ଗତ କଟକ,ଭୁବନେଶ୍ୱର,ଖୋର୍ଦ୍ଧାକୁ ଗଡ଼ିବ ।ଆଉ ୫୦ ଟିଡିଜେଲ ବସ ଏବଂ ୮୯ଟି ପୁରୁଣା ବସ୍‌ର ପୁନରୁଥାନ କାର୍ଯ୍ୟ ଖୁବଶିଘ୍ର ସମ୍ପନ୍ନ ହେବ । ଏହା ନିଶ୍ଟିତ ଭାବରେ ଦୈନନ୍ଦିନ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ ।

Comments are closed.