Odisha Link
Bridging the Missing Links in Odisha

‘ନୀତି ଆୟୋଗ’ ଢ଼ାଞ୍ଚାରେ ଗଠନ ହେବ ‘ରାଜ୍ୟ ଯୋଜନା ବୋର୍ଡ’

ଭୁବନେଶ୍ବର: ବଦଳିବ ରାଜ୍ୟ ଯୋଜନା ବୋର୍ଡର ରୂପରେଖ। ‘ନୀତି ଆୟୋଗ’ ଢ଼ାଞ୍ଚାରେ ଗଠନ ହେବ ଯୋଜନା ବୋର୍ଡର ରୂପରେଖ। ଏହି ପୁନର୍ଗଠନ କାମ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏ ନେଇ ପ୍ରସ୍ତାବ ଯାଇଛି। ଏବେ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ନିର୍ଦ୍ଦେଶର ଅପେକ୍ଷା। ଏହି ପୁନର୍ଗଠନ ପାଇଁ ଅନ୍ୟ ରାଜ୍ୟର ଯୋଜନା ବୋର୍ଡକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବିଶେଷ ଭାବେ ପୁର୍ନଗଠନ ସମୟରେ କେରଳ ମଡେଲକୁ ଅଧିକ ଗୁୁରୁତ୍ୱ ଦିଆଯାଇଛି।

Comments are closed.