Odisha Link
Bridging the Missing Links in Odisha

ଆଲିଆଙ୍କ ସହ ଡେବ୍ୟୁ କରିବେ ଏହି ଟେଲି କଳାକାର

ମୁମ୍ବାଇ : ବଲିଉଡ ନାୟିକା ଆଲିୟା ଭଟ୍ଟଙ୍କ ସହ ଅନେକ ଅଭିନେତା କାମ କରିବାକୁ ପସନ୍ଦ କରିଥାନ୍ତି । ଟେଲିଭିଜନର ଅଭିନେତା ଶାନ୍ତନୁ ମାହେଶ୍ୱରୀ ଖୁବ୍‌ ଶୀଘ୍ର ଆଲିଆ ସିନେମା ‘ଗଙ୍ଗୁବାଈ କାଠିୟାବାଡ଼ି’ ଶାନ୍ତନୁ ନଜର ଆସିବେ। ଶାନ୍ତନୁ ଜଣେ ମୋଷ୍ଟ ଷ୍ଟାଇଲିସ୍‌ ଡ୍ୟାନସର୍‌ ଓ ଅଭିନେତା ।

https://www.instagram.com/p/B7U1CVqlAmr/

ସିନେମାଟି ନିର୍ମାତାଙ୍କୁ ଏହି ସିନେମା ପାଇଁ ଜଣେ ୟଙ୍ଗ ଫ୍ରେଶ୍‌ ଚେହେରାର ଆବଶ୍ୟକତା ଥିଲା। ଯିଏ ଡାର୍କ ରୋଲ୍‌ରେ ଫିଟ୍‌ ହୋଇପାରିବେ। ତେବେ ଶାନ୍ତନୁ ଏହି ସୁଯୋଗ ମିଳିଥିଲା । ସେ ଏହି ସିନେମାରେ ଆଲିଆଙ୍କ ସହ ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ। ଏଥିରେ ତାଙ୍କ ନାଁ ‘ଅଫ୍‌ସାନ୍’ରହିବ । ଖୁବ୍‌ଶୀଘ୍ର ସେ ଏଥିପାଇଁ ଶୁଟିଂ ଆରମ୍ଭ କରିଦେବେ।

ସିନେମାଟି କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀ । ଏହାକୁ ହୁସେନ୍‌ ଜୈଦି ଲେଖିଛନ୍ତି । ସିନେମାରେ ଅଜୟ ଦେବ୍‌ଗନ୍‌ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ୨୦୨୦ ସେପ୍ଟେମ୍ବର ୧୧ରେ ରିଲିଜ୍‌ ହେବ।

Comments are closed.