Odisha Link
Bridging the Missing Links in Odisha

ସିଏଏକୁ ରାଓରତ ଆଇନ ସହ ତୁଳନା କଲେ ଊର୍ମିଳା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସାରା ଦେଶରେ ସମର୍ଥନ ଓ ବିଦ୍ରୋହ ଦେଖିବାକୁ ମିଳିଛି। ଅନ୍ୟପଟେ ସିଏଏକୁ ନେଇ ବୁଦ୍ଧିଜୀବୀ ମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ଏହାରି ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ତଥା ରାଜନେତ୍ରୀ ଊର୍ମିଳା ମାତୋଣ୍ଡକର ସିଏଏକୁ ନେଇ ନିଜ ମତ ଦେଇଛନ୍ତି। ସେ ୧୦୦ ବର୍ଷ ପୁରୁଣା ବ୍ରିଟିଶ ସରକାରର ରଓଲତ ଆକ୍ଟ ସହିତ ସିଏଏକୁ ତୁଳନା କରିଛନ୍ତି। ଗାନ୍ଧିଜୀଙ୍କ ପୂଣ୍ୟତିଥି ଅବସରରେ ନନ୍‌ଭାୟୋଲେଣ୍ଟ ପିପୁଲ୍ସ ମୁଭମେଣ୍ଟ ପକ୍ଷରୁ ସିଏଏ ଏବଂ ଏନଆରସି ବିରୋଧରେ ଆୟୋଜିତ ଏକ ବୈଠକରେ ଯୋଗଦେବା ଅବସରରେ ଊର୍ମିଳା ଏହା କହିଛନ୍ତି।

ଊର୍ମିଳା କହିଥିଲେ ଯେ, ୧୯୧୯ର ରଓଲତ ଆକ୍ଟ ଏବଂ ୨୦୧୯ର ସିଏଏ ଇତିହାସର ୨ଟି ‘କଳା ଆଇନ’। ସିଏଏ ଗରିବ ଏବଂ ମୁସଲମାନ ବିରୋଧୀ। ଆମେ ଏଭଳି ଆଇନ ଚାହୁଁନାହୁଁ, ଯାହା ଧର୍ମ ଆଧାରରେ ମୋର ପରିଚୟ ଏବଂ ନାଗରିକତାକୁ ଆକଳନ କରିବ। କେହି ଧର୍ମ, ଭାଷା, ଲିଙ୍ଗ ଏବଂ ଅଞ୍ଚଳର ଆଧାରରେ ଭେଦଭାବ କରିପାରି​‌ବେ ନାହିଁ ବୋଲି ଆମ୍ବ ସମ୍ବିଧାନଲରେ ଉଲ୍ଲେଖ ରହିଥିବା ଊର୍ମିଳା କହିଥିଲେ।

Comments are closed.