Odisha Link
Bridging the Missing Links in Odisha

ବଜେଟ ୨୦୨୦: କେଉଁ କ୍ଷେତ୍ରକୁ କେତେ ଟଙ୍କା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ବଜେଟରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ବଜେଟରେ କେଉଁ କ୍ଷେତ୍ର ପାଇଁ କେ​‌ତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

କୃଷି କ୍ଷେତ୍ର: ୨ ଲକ୍ଷ ୮୩ ହଜାର କୋଟି

ଶିକ୍ଷା କ୍ଷେତ୍ର: ୯୯ ହଜାର ୩୦୦ କୋଟି

ସ୍ବାସ୍ଥ୍ୟସେବା କ୍ଷେତ୍ର: ୬୯ ହଜାର କୋଟି

ସଡ଼କ ଓ ପରିବହନ: ୧ ଲକ୍ଷ ୭୦ ହଜାର କୋଟି

ଦକ୍ଷତା ବିକାଶ: ୩ ହଜାର କୋଟି

ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ : ୧ ଲକ୍ଷ ୨୩ ହଜାର କୋଟି

ସ୍ୱଚ୍ଛ ଭାରତ ମିଶନ: ୧୨ ହଜାର ୩୦୦ କୋଟି

ପାଇପ ଯୋଗେ ଜଳ ଯୋଗାଣ: ୧୧ ହଜାର ୫୦୦ କୋଟି

ସଂସ୍କୃତି ଓ ପର୍ଯ୍ୟଟନ: ୫୬୫୦ କୋଟି

ଜଳ ଜୀବନ ମିଶନ: ୩ ଲକ୍ଷ ୬୦ ହଜାର କୋଟି

ବାୟୁ ପ୍ରଦୂଷଣ ରୋକିବାକୁ ୪୪୦୦ କୋଟି

ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ର: ୨୭ ହଜାର ୩୦୦ କୋଟି

ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ: ୩୫ ହଜାର ୬୦୦ କୋଟି

ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ: ୮୫ ହଜାର କୋଟି

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ କଲ୍ୟାଣ: ୯୫୦୦ କୋଟି

 ଲଦାଖର ବିକାଶ ପାଇଁ ୫୯୫୮ କୋଟି

ପବ୍ଲିକ ସେକ୍ଟର ବ୍ୟାଙ୍କ: ୩ ଲକ୍ଷ ୫୪ ହଜାର କୋଟି

Comments are closed.