ବଜେଟ ୨୦୨୦: ଟିକସ ଛାଡରେ ବଡ ରିହାତି

ନୂଆଦିଲ୍ଲୀ: ଆଜିର ବଜେଟରେ ଟିକସ ଛାଡ ଉପରେ ଏକ ବଡ ଘୋଷଣା କରଛନ୍ତି କେନ୍ଦ୍ର ସରକାର। ପୂର୍ବପରି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟିକସ ଛାଡ଼ କରିଛନ୍ତି। ଅନ୍ୟପଟେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ ୭.୫ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଥିଲେ ୧୫%, ୧୦ ଲକ୍ଷରୁ ୧୨.୫ ଲକ୍ଷ ମଧ୍ୟରେ ଥିଲେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ଥିଲେ ୨୫% ଆୟକର ଲାଗୁ ହେବ। ବାର୍ଷିକ ୧୫ ଲକ୍ଷରୁ ଊର୍ଦ୍ଧ୍ଵ ଆୟକାରୀଙ୍କୁ ୩୦% ଆୟକର ଦେବାକୁ ପଡ଼ିବ।
ଷ୍ଟାଟଅର୍ପଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଟିକସ ଛୁଟି ଘୋଷଣା। ଅଦାଲତ ଯାଇଥିବା ଟିକସ ବିବାଦ ନେଇ ‘ବିଶ୍ବାସ ଯୋଜନା’। ୩୧ ମାର୍ଚ୍ଚ ମଧ୍ୟରେ ବିନା ସୁଧରେ ଦେଇ ହେବ ବିବାଦୀୟ ଟିକସ। ଖୁବ୍ ଶୀଘ୍ର ଆଧାର ଜରିଆରେ ତତ୍କାଳ ପ୍ୟାନ ପାଇଁ ବ୍ୟବସ୍ଥା।