Odisha Link
Bridging the Missing Links in Odisha

ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍‌

ମୁମ୍ବାଇ : ଦକ୍ଷିଣ ଭାରତୀୟ ସିନେ ଜଗତର ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍‌ ଙ୍କ ଆଜି ଜନ୍ମ ଦିନ । ସେ ଆଜି ୬୩ତମ ବୟସରେ ପାଦ ଦେଇଛନ୍ତି । ବ୍ରହ୍ମାନନ୍ଦମ୍‌ ୧ ଫେବୃୟାରୀ ୧୯୫୬ରେ ଆନ୍ଧ୍ରପ୍ରଦେଶ ଠାରେ ଜନ୍ମଗ୍ରହଣ କରିଥିଲେ।

ସେ ୧୯୮୭ ମସିହାରେ ତେଲଗୁ ସିନେମାରେ ଡେବ୍ୟୁ କରିଥିଲେ । ବ୍ରହ୍ମାନନ୍ଦମ୍‌ ପ୍ରାୟ ୧ ହଜାର ରୁ ଅଧିକ ସିନେମାରେ କାମ କରିସାରିଲେଣି । ସେ ଅନେକ ହିଟ୍ ସିନେମାରେ କାମ କରି ସାରିଛନ୍ତି । ସେ ନିଜର ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣି ନେଇଛନ୍ତି ।

ଭାରତୀୟ ସିନେମାରେ ଯୋଗଦାନ ହେତୁ ବ୍ରହ୍ମାନନ୍ଦମ୍‌ଙ୍କୁ ୨୦୦୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ସବୁଠାରୁ ଅଧିକ ସ୍କ୍ରିନ୍‌ କ୍ରେଡିଟ୍‌ ପାଇଥିବା ଜୀବିତ କଳାକାର ଭାବେ ସେ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ମଧ୍ୟ ସାମିଲ ହୋଇଛନ୍ତି। ଏହାଛଡ଼ା ସେ ଫିଲ୍ମଫେୟାର, ସିନେମା ଏବଂ ନନ୍ଦି ଆଓ୍ବାଡର୍‌ସ ମଧ୍ୟ ପାଇଛନ୍ତି ।

ବ୍ରହ୍ମାନନ୍ଦମ୍‌ ଅନେକ ଷ୍ଟାରଙ୍କ ସହ କାମ କରିଛନ୍ତି । ସେ ମହେଶବାବୁ ହୁଅନ୍ତୁ ଅଥବା ପ୍ରଭାସ, ଆଲ୍ଲୁ ଅର୍ଜୁନ, ରାମ ଚରଣ, ନାଗାର୍ଜୁନଙ୍କ ଭଳି କଳାକାର, ସେ ସମସ୍ତଙ୍କ ସହ ନଜରକୁ ଆସିଛନ୍ତି । ବ୍ରହ୍ମାନନ୍ଦମ୍‌ ତେଲୁଗୁ ଛଡ଼ା କନ୍ନଡ଼, ତାମିଲ ସିନେମାରେ ମଧ୍ୟ କାମ କରିଛନ୍ତି ।

Comments are closed.