Odisha Link
Bridging the Missing Links in Odisha

ବଜେଟ ୨୦୨୦: ଟିକସ ଛାଡରେ ବଡ ରିହାତି

ନୂଆଦିଲ୍ଲୀ: ଆଜିର ବଜେଟରେ ଟିକସ ଛାଡ ଉପରେ ଏକ ବଡ ଘୋଷଣା କରଛନ୍ତି କେନ୍ଦ୍ର ସରକାର। ପୂର୍ବପରି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟିକସ ଛାଡ଼ କରିଛନ୍ତି। ଅନ୍ୟପଟେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ ୭.୫ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଥିଲେ ୧୫%, ୧୦ ଲକ୍ଷରୁ ୧୨.୫ ଲକ୍ଷ ମଧ୍ୟରେ ଥିଲେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ଥିଲେ ୨୫% ଆୟକର ଲାଗୁ ହେବ। ବାର୍ଷିକ ୧୫ ଲକ୍ଷରୁ ଊର୍ଦ୍ଧ୍ଵ ଆୟକାରୀଙ୍କୁ ୩୦% ଆୟକର ଦେବାକୁ ପଡ଼ିବ।

ଷ୍ଟାଟଅର୍ପଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଟିକସ ଛୁଟି ଘୋଷଣା। ଅଦାଲତ ଯାଇଥିବା ଟିକସ ବିବାଦ ନେଇ ‘ବିଶ୍ବାସ ଯୋଜନା’। ୩୧ ମାର୍ଚ୍ଚ ମଧ୍ୟରେ ବିନା ସୁଧରେ ଦେଇ ହେବ ବିବାଦୀୟ ଟିକସ। ଖୁବ୍‌ ଶୀଘ୍ର ଆଧାର ଜରିଆରେ ତତ୍କାଳ ପ୍ୟାନ ପାଇଁ ବ୍ୟବସ୍ଥା।

Comments are closed.