Odisha Link
Bridging the Missing Links in Odisha

କଙ୍ଗନାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ !

 ମୁମ୍ବଇ : ବଲିଉଡରେ ଗୋଟେ ପରେ ଗୋଟେ ବାୟୋପିକ ପ୍ରସ୍ତୁତ ହେଉଛି । ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନୀତ ସିନେମା ପଙ୍ଗ ଏକ ଜୀବନ ଶୈଳି ଉପରେ ଆଧାରିତ ହୋଇଛି ।ତେବେ ଖୁବ୍ ଶୀଘ୍ର କଙ୍ଗନାଙ୍କ ଜୀବନୀକୁ ନେଇ ଖୁବ୍ ଶୀଘ୍ର ସିନେମା ନିର୍ମାଣ ହେବାକୁ ଯାଉଛି ।

ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ବାୟୋପିକ୍ ନିର୍ମାଣ ବିଷୟରେ କହିଛନ୍ତି ସିନେମା ‘ପଙ୍ଗା’ର ନିର୍ଦ୍ଦେଶିକା ଅଶ୍ବିନୀ ଅୟାର । ସେ କହିଛନ୍ତି, ଯଦି ମୋତେ ସୁଯୋଗ ମିଳେ ତେବେ ମୁଁ ନିହାତି ଭାବରେ କଙ୍ଗନାଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି କରିବି ।

ଯାହାର ନାଁ ରହିବ କଙ୍ଗନା ଭର୍ସସ କଙ୍ଗନା । କିନ୍ତୁ ଏବେ କଙ୍ଗନାଙ୍କୁ ଅନେକ ବାଟ ଯିବାର ଅଛି । ଏବେ ତାଙ୍କର ବାୟୋପିକ୍ ନିର୍ମାଣ କରିବାର ସଠିକ୍ ସମୟ ଆସିନାହିଁ । ପ୍ରଥମେ ସେ ବିବାହ କରିସାରନ୍ତୁ। ପରେ ଭବିଷ୍ୟତରେ ଯଦି କଙ୍ଗନା ମୋତେ ସୁଯୋଗ ଦେବେ ତେବେ ମୁଁ ତାଙ୍କ ଜୀବନୀକୁ ନେଇ ନିଶ୍ଚିତ ଭାବରେ ସିନେମା ତିଆରି କରିିବି ।

‘ଥଲାଇବୀ’ର ସୁଟିଂ ସମୟରେ ସେ ନିଜର ବ‌ାୟୋପିକ୍ ନିର୍ମାଣ କରିବା ନେଇ ଚିନ୍ତା କରିଥିଲେ । ମୋତେ ଏ ବିଷୟରେ ଜଣାଇବା ସହ ନିଜ ବାୟୋପିକର ନିର୍ଦ୍ଦେଶନା ସେ ନିଜେ ଦେବେ ବୋଲି ଇଚ୍ଛା ରଖିଛନ୍ତି । କିନ୍ତୁ ଯଦି ସେ ମୋତେ ନିର୍ଦ୍ଦେଶନାର ସୁଯୋଗ ଦେବେ, ତେବେ ମୁଁ ବହୁତ ଖୁସି ହେବି ।

Comments are closed.