Odisha Link
Bridging the Missing Links in Odisha

କାୟା ମେଲାଉଛି କରୋନା: ୩୬୧ ମୃତ, ୧୭ ହଜାର ଆକ୍ରାନ୍ତ

ବେଜିଂ: ଚୀନ୍‌ରେ କୟା ମେଲାଉଛି କରୋନା ଭାଇରସ୍‌। ଏହି ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୩୬୧ ଜଣ ଏହି ଭାଇରସ୍‌ରେ ମୃତ୍ୟୁବରଣ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିସାରିଲାଣି । ଏବେ ଆଉ ୫୬ ଜଣ ନୂଆ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ବ ବ୍ୟାପୀ ୧୮ ହଜାର ଲୋକ ଏଥିରେ ଆକ୍ରାନ୍ତ ଅଛନ୍ତି। ଚୀନ୍‌ରେ ମୋଟ କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ରହିଥିବା ସୂଚନା ମିଳିଛି।

ବିଶ୍ବର ୨୫ଟି ଦେଶକୁ ଏବେ କରୋନା ଭାଇରସ ବ୍ୟାପି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଚୀନକୁ ଭ୍ରମଣରେ ନଯିବାକୁ ଭାରତ ସରକାର ଆଡଭାଇଜରି ଜାରି କରିଛନ୍ତି। ବିଭିନ୍ନ ରାଷ୍ଟ୍ର ଚୀନ୍‌ରୁ ସେମାନଙ୍କ ନାଗରିକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଉଛନ୍ତି। ଭାରତ ଆଜି ଚୀନ୍‌ ନାଗରିକଙ୍କ ପାଇଁ ଇ-ଭିସା ସୁବିଧାକୁ ବାତିଲ କରିଛି। ଏଥି ସହ ଚୀନରେ ଥିବା ଅନ୍ୟ ବିଦେଶୀ ନାଗରିକଙ୍କ ଭିସା ଆବେଦନ ଉପରେ ମଧ୍ୟ କଟକଣା ଜାରି ହୋଇଛି।

Comments are closed.