Odisha Link
Bridging the Missing Links in Odisha

ଦିନ ମଜୁରିଆଙ୍କୁ ଆୟକର ନୋଟିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୂଜାରୀଗୁଡା ଅଞ୍ଚଳରେ ଜଣେ ଦିନ ମଜୁରୀଆକୁ ଆୟକର ଅଫିସରୁ ନୋଟିସ ଆସିଛି। ଗାଁର ସନଧର ଗଣ୍ଡଙ୍କ ବ୍ୟାଙ୍କ ଖାତାରେ କାରବାର ହୋଇଛି ଏକକୋଟି ୪୭ ଲକ୍ଷ ୫୭ ଟଙ୍କା। ଆଉ ଏହା ପରେ ଆୟକର ବିଭାଗ ଦେଇଛି ୨ ଲକ୍ଷ ୬୦ ହଜାର ଟଙ୍କାର ନୋଟିସ। ଉମରକୋଟ ଆଇସିଆଇସିଆଇ ବ୍ୟାଙ୍କରେ ଏହି କାରବାର ହୋଇଛି। ଆଉ ଏତେ ଟଙ୍କାର କାରବାର ହେବା ପରେ ଆସିଛି ନୋଟିସ।
ଦୀର୍ଘଦିନ ହେଲା ସନଧର ସ୍ଥାନୀୟ ଅଚଂଳର ବ୍ୟକ୍ତି ପପୁ ଅଗ୍ରୱାଲଙ୍କ ପାଖରେ କାମ କରିଆସୁଛନ୍ତି। ନିଜର ପେଟ ପାଇଁ ସଂଘର୍ଷ କରୁଥିବା ସନଧରକୁ ଯେତେବେଳେ ଏହି ନୋଟିସ ଆସିଥିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନୋଟିସ ପାଇବା ପରେ ସେ ଏହି ନୋଟିସକୁ ଧରି ନିଜ ମାଲିକ ପାଖକୁ ଯାଇଥିଲେ। କିନ୍ତୁ ମାଲିକ ଏ ନେଇ କିଛି କହିନଥିଲେ। ପରେ ସନଧର ଅନ୍ୟ ବ୍ୟକ୍ତିଙ୍କ ନିକଟରୁ ଏ ବିଷୟ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା।
ସେ ନିଜ ମାଲିକଙ୍କ ନିକଟକୁ ଯାଇ ଏ ବିଷୟରେ କହିଥିଲେ। ସନଧରଙ୍କ କହିବା କଥା ହେଲା, ମାଲିକ ଏକ କାଗଜରେ ତାଙ୍କ ଦସ୍ତଖତ ନେଇଯାଉଥିଲେ। ଆଉ ସରଳତାର ସୁଯୋଗ ନେଇ ସଂପୃକ୍ତ ମାଲିକ ଏହି କାରବାର କରିଥିବା ଜଣାଯାଇଛି।

Comments are closed.