Odisha Link
Bridging the Missing Links in Odisha

ମା’ଙ୍କୁ ମନେପକାଇଲେ ଅର୍ଜୁନ

ମୁମ୍ବାଇ : ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ମା’ ଙ୍କ ଆଜି ଜନ୍ମ ଦିନ । ତାଙ୍କ ମା’ କ୍ୟାନସରରେ ରୋଗରେ ପିଡିତା ଥିଲେ । ୨୫ ମାର୍ଚ୍ଚ ୨୦୧୦୨ ମସିହାରେ ଅର୍ଜୁନଙ୍କ ମା’ ମୋନା କପୁରଙ୍କ ନିଧନ ହୋଇଥିଲା । ଆଜି ମା’ ମୋନାଙ୍କ ଜନ୍ମ ଦିନରେ ଅର୍ଜୁନ ସୋଶାଲ ମିଡିଆରେ ଏକ ଭାବବିହ୍ୱଳ ଭରା ପୋଷ୍ଟ କରିଛନ୍ତି ।

https://www.instagram.com/p/B8Ey89KJ_ZK/

ପୋଷ୍ଟରେ ଅର୍ଜୁନ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମା’, ମୁଁ ତୁମକୁ ବହୁତ ଭଲ ପାଏ। ଆଶା କରୁଛି, ତୁମେ ଯେଉଁଠି ଅଛ, ଖୁସିରେ ଥିବ, ହସୁ ଥିବ । ଏ ଫଟୋ ତୁମ ଶେଷ ଜନ୍ମଦିନର, ଯେବେ ଆମେ ଏକାଠି ଥିଲେ। ମୋର ଆଶା ଥିଲା କି ଆମେ ଆଗକୁ ବି ସାଙ୍ଗ ହୋଇ ରହିବା କିନ୍ତୁ ଏପରି ହେଲା ନାହିଁ । ମୁଁ ତୁମକୁ ସବୁବେଳେ ମନେ ପକାଉଛି । ୨୫ ବର୍ଷ ବୟସରେ ମୁଁ ତୁମକୁ ହଜେଇ ଦେଇଥିଲେ ବି ଦୃଢ଼ ହୋଇରହିଛି । କାରଣ ଏ ସମାଜ ଆମଠାରୁ ଏପରି ହିଁ ଆଶା ରଖିଥାଏ। ବେଳେବେଳେ ଛୋଟ ଛୋଟ ଅସୁବିଧା ସମୟରେ ମୁଁ ଭାଙ୍ଗି ପଡ଼ିଥାଏ। ଆଉ ଆଜି ବି ମୋ ଅସୁବିଧା କଥା କହି ମୁଁ ତୁମକୁ ହଇରାଣ କରିଥାଏ । ତୁମକୁ ପୁଣିଥରେ ଜନ୍ମଦିନର ଶୁଭେଚ୍ଛା ମା’। ଆଉ କିଛି ସମୟ ତୁମେ ମୋ ସହିତ ରହିଥିଲେ ବହୁତ ଭଲ ହୋଇଥା’ନ୍ତା । ’

ଅର୍ଜୁନଙ୍କର ଏହି ଭାବବିହ୍ୱଳ ଭରା ପୋଷ୍ଟ ସୋଶାଲ ମିଡିଆରେ ଦେଖିବା ପରେ ଫ୍ୟାନ୍ସଙ୍କ ସହିତ ସେଲେବ୍ରିଟିଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେବଳ ଅର୍ଜୁନ ନୁହଁନ୍ତି, ତାଙ୍କ ଭଉଣୀ ଅଶୁଂଲା କପୁର ମଧ୍ୟ ମା’ଙ୍କୁ ମନେପକାଇ ଇମୋସନାଲ୍‌ ପୋଷ୍ଟ ଲେଖିଥିଲେ, ଯାହାକୁ ପଢ଼ି ଅର୍ଜୁନ ଭାବୁକ ହୋଇ ପଡ଼ିଥିଲେ ।

Comments are closed.