Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡ଼ିଲେ ହିଟ ମ୍ୟାନ୍

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ପାଇଁ ଦୁଃଖ ଖବର। ଗତକାଲି ଶେଷ ଟି-୨୦ ମ୍ୟାଚରେ ଆହତ ହୋଇଥିବା ହିଟ୍‌ ମ୍ୟାନ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିିଜରୁ ବାଦ ପଡ଼ିଛନ୍ତି। ଯାହାକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ।

ଆହତ କାରଣରୁ ଦିନିକିଆ ଓ ଟେଷ୍ଟ ସିରିଜରୁ ରୋହିତଙ୍କୁ ବିଶ୍ରାମ ଦେଇଛି ଟିମ୍‌ ମ୍ୟାନେଜମେଣ୍ଟ। ରୋହିତଙ୍କ ବାଦ୍ ପଡ଼ିବା ଦ୍ୱାରା ତାଙ୍କ ସ୍ଥାନରେ ଶୁବମାନ୍ ଗିଲଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ତେବେ ଟେଷ୍ଟ ଦଳ ପାଇଁ ଏବେ ଚୟନ ହୋଇନାହିଁ। ଅପରପକ୍ଷେ ୫ ତାରିଖରୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପଡ଼ିଆକୁ ଓହ୍ଲାଇବ। ଏହାପରେ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ।

ରୋହିତଙ୍କ ଆହତକୁ ନେଇ ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, “ରୋହିତ୍ ଶର୍ମା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରୁ ଆଉଟ୍ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ରୋହିତ୍ ଆଦୌ ଫିଟ୍ ଲାଗୁନାହାନ୍ତି। ଫିଜିଓ ବର୍ତ୍ତମାନ ରୋହିତଙ୍କ ଉପରେ ନଜର ରଖିଛନ୍ତି। ତାଙ୍କ ଆହତ ସେତେଟା ଗୁରୁତର ନୁହେଁ, କିନ୍ତୁ ଏଭଳି ସ୍ଥିତିରେ ସେ ଠିକ୍ ଭାବେ ବ୍ୟାଟିଂ କରିପାରିବେ ନାହିଁ। ତେଣୁ ତାଙ୍କୁ ଖେଳାଇ ଟିମ୍ ମ୍ୟାନେଜମେଣ୍ଟ କୌଣସି ରିସ୍କ ଉଠାଇବାକୁ ଚାହୁଁନାହିଁ।”

Comments are closed.