Odisha Link
Bridging the Missing Links in Odisha

ଆଇସିଏଆଇ ଇଣ୍ଟରମିଡିଏଟ୍‌ ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଆ ଝିଅ

କଳାହାଣ୍ଡି: ସର୍ବଭାରତୀୟସ୍ତରରେ ଗୌରବ ଆଣିଲେ ଓଡ଼ିଆ ଝିଅ। ଆଇସିଏଆଇ ଇଣ୍ଟରମିଡିଏଟ ପରୀକ୍ଷାରେ ଟପ୍ପର ହେଲେ କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ। ତାଙ୍କ ପିତା ସୁନୀଲ କୁମାର ଅଗ୍ରୱାଲ ଜୁନାଗଡ଼ର ଜଣେ ବ୍ୟବସାୟୀ ଭାବେ କାମ କରନ୍ତି।
ସାଇନା ବାପାଙ୍କ କହିବା ଅନୁଯାୟୀ, ପରୀକ୍ଷା ପାଇଁ ତାଙ୍କ ଝିଅ ସାଇନା ୭ ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ। ଯେଉଁଥିପାଇଁ ଆଜି ସେ ସଫଳତା ହାସଲ କରିଛନ୍ତି। ସାଇନାଙ୍କର ଏହି ସଫଳତାକୁ ନେଇ ପୂରା ପରିବାର ଗର୍ବ ଅନୁଭବ କରୁଛି। ସାଇନା କେବଳ ପରିବାର ନୁହେଁ ବରଂ ଅଞ୍ଚଳବାସୀଙ୍କ ଗର୍ବ ଆଣିଦେଇଛନ୍ତି ବୋଲି ସ୍ଥାନୀୟଲୋକ କହିଛନ୍ତି । ନିଜ ପରିଶ୍ରମର ଫଳ ପାଇଥିବାରୁ ସାଇନା ମଧ୍ୟ ବେଶ୍ ଖୁସି ଜାହିର କରିଛନ୍ତି। ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସାଇନା ସୂଚନା ଦେଇଛନ୍ତି ।

Comments are closed.