Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ ସମୀର ଦ୍ବିବେଦୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜନାର୍ଦ୍ଦନ ଦ୍ୱିବେଦୀଙ୍କ ପୁଅ ସମୀର ଦ୍ୱିବେଦୀ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ସମୀର ମଙ୍ଗଳବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କର ଜଣେ ସମସ୍କନ୍ଧ ନେତା ହେଉଛନ୍ତି ଜନାର୍ଦ୍ଦନ ଦ୍ୱିବେଦୀ।

୩୦ ମାର୍ଚ୍ଚ ୨୦୧୮ରେ ଜନାର୍ଦ୍ଦନି ଦ୍ୱିବେଦୀଙ୍କୁ ଦଳ ମହାସଚିବ ପଦବୀରୁ ହଟାଇ ଦେଇଥିଲା। ସବୁଠୁ ବଡ଼ କଥା ହେଲା ନିଜେ ଲେଟର ପେଡରେ ଦସ୍ତଖତ କରି ମହାସଚିବ ପଦବୀରୁ ହଟିଥିଲେ ଜନାର୍ଦ୍ଦନ। ଏହାପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ ବୋଲି କୁହାଯାଉଥିଲା। ସମୀର ବିଜେପିରେ ଯୋଗ ଦେବା ନେଇ ଜନାର୍ଦ୍ଦନ କହିଛନ୍ତି, ତାଙ୍କୁ ଏବାବଦରେ ପୂର୍ବରୁ କୌଣସି ସୂଚନା ନଥିଲା। ଯଦି ସମୀର ବିଜେପିରେ ସାମିଲ ହୋଇଛନ୍ତି, ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି।

Comments are closed.