Odisha Link
Bridging the Missing Links in Odisha

ପ୍ରଥମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ହାମିଲଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ୫-୦ରେ ବିଜୟୀ ହୋଇଥିବେ ଟିମ୍‌ ଇଣ୍ଡିଆ ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିବ। ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଏଥିସହିତ ଟିମ୍‌ ଇଣ୍ଡିଆ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ଓ ପୃଥୀ ଶ ଦିନିକିଆ ମ୍ୟାଚରେ ଆଜି ପଦାର୍ପଣ କଲେ। ଫଳରେ ଟିମ୍‌ ଇଣ୍ଡିଆର ନୂଆ ଅପନିଂ ଯୋଡ଼ି ସହ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର ହାମିଲଟନର ସେଡନ୍ ପାର୍କରେ ଖେଳାଯାଉଛି। ଟି-୨୦ ସିରିଜକୁ ୫-୦ରେ କ୍ଲିନସୁଇପ୍ କରିବା ପରେ ଭାରତୀୟ ଟିମ୍ ଏବେ ଦିନିକିଆ ସିରିଜରେ ମଧ୍ୟ କିୱି ଟିମ୍ ଉପରେ ଏହି ଦବଦବା ବଜାୟ ରଖିବାକୁ ପ୍ରୟାସ କରିବ।

ଭାରତୀୟ ଦଳ: ବିରାଟ କୋହଲି, ମୟଙ୍କ ଅଗ୍ରଓ୍ବାଲ, ପୃଥୀ ଶ, କେଏଲ ରାହୁଲ, ଶ୍ରେୟଶ ଆୟର, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଶର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ଶାମି , ଜଶପ୍ରୀତ୍‌ ବୁମ୍ରା

Comments are closed.