Odisha Link
Bridging the Missing Links in Odisha

ରେଳ ଧାରଣା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରର ଖୋଡା ସିଂ ରେଳ ଧାରଣା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭) ବୋଲି ଜଣାପଡିଛି। ସୋମବାର ଭୁବନେଶ୍ୱର ରାତି ୯ଟା ବେଳେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ। ହେଲେ ଆଉ ଫେରିନଥିଲେ। ରାତି ସାରା ଫୋନ କଲା ପରେ ମଧ୍ୟ ଉଠାଇ ନଥିଲେ। ସକାଳୁ ତାଙ୍କ ମୃତଦେହ ଖୋଡା ସିଂ ରେଳ ଧାରଣା କଡରୁ ଉଦ୍ଧାର ହୋଇଥିଲା।

ରେଳବାଇ ପୁଲିସ ଓ ବୈଦ୍ୟନାଥ ପୁର ପୁଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ନିକଟରୁ ଏକାଧିକ ମଦ ବୋତଲ ପଡିଥିବା ନେଇ ସୂଚନା ମିଳିଛି। ଭୁବନେଶ୍ୱରଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Comments are closed.