Odisha Link
Bridging the Missing Links in Odisha

ଯୋଉଠି ନାଚିବି ସେଠି ପାଲଟିବ ଖଣ୍ଡଗିରି ମେଳା : ରାନୀ ପଣ୍ଡା

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ଚଳିତବର୍ଷ ଖଣ୍ଡଗିରିର ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବ ନାହିଁ ରାନୀ ପଣ୍ଡାଙ୍କ ଡ୍ୟାନ୍ସ। କାରଣ ରାନୀ ପଣ୍ଡା ଓ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରି ଆସିବାକୁ ମନା। ବ୍ୟାନ କରିଛି ଖଣ୍ଡଗିରି ଆୟୋଜକ କମିଟି। ତେବେ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା। ତାଙ୍କ ଯୋଗୁ ଯାତ୍ରା ପାର୍ଟିକୁ ବ୍ୟାନ୍ କରାଯାଇଥିବା ସେ ଅଭିଯୋଗ କରି ରାନୀ ଯାତ୍ରା ଆୟୋଜକଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ କାନ କାମୁଡ଼ି ନାହିଁ, କିନ୍ତୁ ମୋ ନାଁରେ ମିଛ କୁହାଗଲା। ମୁଁ ଯାହା କାନ କାମୁଡ଼ିଛି ସେମାନେ କିଛି ଅଭିଯୋଗ କଲେ ନାହିଁ। କିନ୍ତୁ ଯାହା କାନ କାମୁଡ଼ି ନାହିଁ ସେମାନେ ଅଧିକ ଭାଇରାଲ୍ କଲେ।

ଖଣ୍ଡଗିରି ମେଳାରେ ବ୍ୟାନ ହେବା ଫଳରେ ଆଟାକିଂ ମୋଡ୍‌ରେ ଅଭିନେତ୍ରୀ ଓ ଆଇଟମ୍‌ ଡ୍ୟାନ୍ସର ରାନୀ ପଣ୍ଡା। ସେ କହିଛନ୍ତି, “ଖଣ୍ଡଗିରି ମେଳାରେ ମୁଁ କାହାର କାନ କାମୁଡ଼ି ନାହିଁ। ଯଦି ମୁଁ କାହାର କାନ କାମୁଡ଼ିଛି, ସେ କେବେ ଅଭିଯୋଗ କରିଥିଲା କି? ଆଜକୁ ବର୍ଷେ ବିତିଗଲାଣି, ହେଲେ ଆଜି ପର୍ଯ୍ୟନ୍ତ କାନ କାମୁଡ଼ା ଖାଇଥିବା ବ୍ୟକ୍ତି ଅଭିଯୋଗ କରିନାହାନ୍ତି। ଯେଉଁମାନଙ୍କ କାନ କାମୁଡ଼ି ନାହିଁ, ସେମାନେ ଆଜି ଅଭିଯୋଗ କରୁଛନ୍ତି। ବୋଧହୁଏ ଅଭିଯୋଗ କରୁଥିବା ଲୋକଙ୍କ କାନ କାମୁଡ଼ିଥିଲେ ସେମାନେ ବହୁତ ଖୁସି ହୋଇଥାଆନ୍ତେ।” ଏଥିସହିତ ରାନୀ କହିଛନ୍ତି ଯେ, ମୁଁ ଯେଉଁଠି ନାଚିବି କିମ୍ବା ଅଭିନୟ କରିବି ସେଠି ଖଣ୍ଡଗିରି ଯାତ୍ରା ହେଇଯିବ।

ଅଶ୍ଳୀଳତାର ସଂଜ୍ଞାକୁ ନେଇ ରାନୀ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି। “ବିରୋଧ କରୁଥିବା ଲୋକେ ଅଶ୍ଳୀଳତାର ସଂଜ୍ଞା କଣ କୁହନ୍ତୁ? ଅଶ୍ଳୀଳତା ନାଁରେ ନ୍ୟୁ ସଚ୍ଚିଦାନନ୍ଦଙ୍କୁ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଲନି। ଏହା ଦ୍ୱାରା ୧୦୦ କଳାକାରଙ୍କ ପେଟକୁ ଲାତ ମାରିଲ। ଚଳିତବର୍ଷ ‘ଆଇଟମ୍‌ ଗର୍ଲ ରାନୀ ପଣ୍ଡା’ ନାଟକ ହିଟ୍‌ ହୋଇଛି। ଏହି ନାଟକ ଖଣ୍ଡଗିରିରେ ପରିବେଷଣ ହେଲେ ଅନ୍ୟ ଯାତ୍ରା ପାର୍ଟି ମାଲିକଙ୍କୁ ଅସୁବିଧା ହେବ। ଯେଉଁଥିପାଇଁ ଅଶ୍ଳୀଳତାର ବାହାନା କରି ଗୋଟିଏ ଯାତ୍ରା ପାର୍ଟିକୁ ଖଣ୍ଡଗିରି ଆସିବାକୁ ବାରଣ କରାଯାଉଛି। ଏହା ପଛରେ କେତେକ ଯାତ୍ରା ପାର୍ଟି ମାଲିକ, ଅଭିନେତା ଓ ଅଭିନେତ୍ରୀଙ୍କ ହାତ ରହିଛି।” ବୋଲି ରାନୀ କହିଛନ୍ତି।

ଆସନ୍ତାକାଲିଠୁ ରଙ୍ଗୀନ ହେବ ଖଣ୍ଡଗିରିର ରଙ୍ଗମଞ୍ଚ। ସେଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହୋଡିଂ ଛାଇ ହୋଇଗଲାଣି। ଏକାଥରକେ ୬ଟି ଯାତ୍ରା ପାର୍ଟି ମଞ୍ଚସ୍ଥ କରିବେ ନାଟକ। ଦୁଇଟି ପର୍ଯ୍ୟାୟରେ ୧୨ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ।

Comments are closed.