Odisha Link
Bridging the Missing Links in Odisha

“ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ଟ୍ରଷ୍ଟ ଗଠନ ନେଇ ମୋଦି ସରକାରଙ୍କ ଘୋଷଣା ଐତିହାସିକ : ବିଜେପି

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରରେ ମୋଦି ସରକାର ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି “ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ସଂପର୍କରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏହି ଘୋଷଣା କରି ଭାରତ ବର୍ଷର ଆସ୍ଥା ଏବଂ ଅତୁଟ ଶ୍ରଦ୍ଧାର ପ୍ରତୀକ ପ୍ରଭୃ ଶ୍ରୀରାମ ମନ୍ଦିର ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରମାଣିତ କରିଛି। ମୋଦି ସରକାର ଏଭଳି ଏକ ଐତିହାସିକ ନିଷ୍ପତି ନେଇଥିବା ପାଇଁ ତାଙ୍କୁ କୋଟି କୋଟି ଅଭିନନ୍ଦନ। ଆଜିର ଏହି ଦିନଟି ସମଗ୍ର ଭାରତ ପାଇଁ ଅତ୍ୟନ୍ତ ଉତ୍ସାହ ଓ ଗୌରବର ଦିନ। ଏହି ପରିପ୍ରେକ୍ଷୀରେ ସମଗ୍ର ଓଡିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବହୁ ଦିନରୁ ଅପେକ୍ଷା କରିଥିବା କୋଟି କୋଟି ଲୋକଙ୍କ ସ୍ୱପ୍ନ ଖୁବ ଶୀଘ୍ର ପୂରଣ ହେବ ଏବଂ ସେମାନେ ରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିରର ଦର୍ଶନ କରିବେ। ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଏବଂ ବର୍ତମାନ ଓ ଭବିଷ୍ୟତରେ ରାମଲଲା ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ନଜରରେ ରଖି ମୋଦି ସରକାର ଅନ୍ୟ ଏକ ନିଷ୍ପତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୬୭.୦୭ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ, ଯେଉଁଥିରେ ଭିତର ଏବଂ ବାହାର ମନ୍ଦିର ପରିସର ଅନ୍ତର୍ଭୃକ୍ତ ରହିଛି। ରାମଲଲା ବିରାଜମାନ ହୋଇଥିବା ଜମି ବି ଟ୍ରଷ୍ଟକୁ ମିଳିବ। ଏହି ଟ୍ରଷ୍ଟ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତି ନେବ। ଆଗାମୀ ଦିନରେ ରାମ ମନ୍ଦିର ସମଗ୍ର ବିଶ୍ୱରେ ଏକ ପ୍ରମୁଖ ତୀର୍ଥକ୍ଷେତ୍ର ଭାବେ ପରିଗଣିତ ହେବ।

ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ସର୍ବେ ଭବନ୍ତୁ ସୁଖିନଃ’ ଓ ‘ବସୁଧୈବ କୁଟୁମ୍ବକମ’ର ବାର୍ତା ସମଗ୍ର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି। ଆମ ସଂସ୍କୃତି, ଆମ ପଂରପଂରା ବସୁଧୈବ କୁଟୁମ୍ବକମର ଦର୍ଶନ ଆମକୁ ଆଗଯିବା ପାଇଁ ପ୍ରେରଣା ଯୋଗାଏ । ଭାରତରେ ହିନ୍ଦୁ, ମୁସିଲିମ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ପାର୍ସୀ ଅବା ଯେ କୌଣସି ଧର୍ମର ବ୍ୟକ୍ତି ହେଉ ନା କାହିଁକି ଆମେ ସବୁ ଗୋଟିଏ ପରିବାରର ସଦସ୍ୟ । ଏହି ପରିବାରର ସମସ୍ତ ସଦସ୍ୟଙ୍କ ବିକାଶ ହେଉ, ସମସ୍ତ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଦେଶର ବିକାଶ ହେଉ ଏହି ଭାବନାକୁ ନେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ସବକା ସାଥ- ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ର ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.