Odisha Link
Bridging the Missing Links in Odisha

ମାତାପିତାଙ୍କ ଛାଡପତ୍ରକୁ ନେଇ ଏପରି କହିଲେ ସାରା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତ । ତାଙ୍କର ଚୁଲବୁଲି ଅନ୍ଦାଜକୁ ଅନେକ ଦର୍ଶକ ପସନ୍ଦ କରିଥାନ୍ତି । ଅଭିଷେକ କପୁରଙ୍କ ସିନେମା କେଦାର ନାଥ ସିନେମା ଜରିଆରେ ବଲିଉଡରେ ପାଦ ଥାପିଥିଲେ ସାରା ।

ସେ ନିଜ ପିତା ଓ ମାତାଙ୍କ ଛାଡପତ୍ର ବିଷୟରେ ବଡ ଖୋଲାସା କରିଛନ୍ତି । ସାରା କହିଛନ୍ତି ଯେଉଁ ସମ୍ପର୍କରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଖୁସି ନାହିଁ ସେହି ସମ୍ପର୍କ ରହିବା ଅପେକ୍ଷା ଭାଙ୍ଗିଯିବା ଭଲ । ମୋ ମାତାପିତାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି ।

ତେଣୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଏବେ ଏକାଠି ନାହାନ୍ତି ବୋଲି ସାରା କହିଛନ୍ତି। ବାପାଙ୍କୁ ସମ୍ମାନ କରେ କିନ୍ତୁ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ସବୁ ମୋ ମା’ଙ୍କ ପାଇଁ ସମ୍ଭବ ହୋଇଛି ।

ସାରାଙ୍କ ଆଗାମୀ ସିନେମା ‘ଲଭ୍‌ ଆଜକଲ୍‌-୨’ଙ୍କୁ ନେଇ ବ୍ୟସ୍ଥ ଅଛନ୍ତି । ସିନେମାଟିକୁ ମତିଆଜ୍‌ ଅଲ୍ଲୀ ନିର୍ଦ୍ଦେଶନା ଦେଇଛନ୍ତି । ସାରାଙ୍କ ବ୍ୟତୀତ କାର୍ତ୍ତିକ ଆର୍ୟନ ନଜର ଆସିବେ ଓ ଏହା ଚଳିତବର୍ଷ ଫେବୃୟାରୀ୧୪ ରେ ସିନେମ ପରଦାକୁ ଆସିବ ।

Comments are closed.