Odisha Link
Bridging the Missing Links in Odisha

ଦିନିକିଆରେ ୩ଅଙ୍କ ଛୁଇଁଲେ ଶ୍ରେୟସ

ହାମିଲଟନ: ପ୍ରଥମ ଦିନିକିଆରେ ଭାରତ ୩୪୭ ରନ୍‌ କରିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ଟିକୁ ୪ ୱିକେଟରେ ଜିତି ନେଇଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଯୁବ ତାରକା ଶ୍ରେୟସ ଆୟର ଆଜି ନିଜ ଦିନିକିଆ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଏଭଳି ସଫଳତା ପାଇଛନ୍ତି। ଭାରତ ପାଇଁ ଏଯାଏ ୧୬ଟି ଦିନିକିଆ ଖେଳିଥିବା ଶ୍ରେୟସ ହାମିଲଟନରେ ପ୍ରଥମଥର ପାଇଁ ୩ ଅଙ୍କ ଛୁଇଁବାରେ ସଫଳ ହୋଇଛନ୍ତି।

ପୂର୍ବରୁ ନିଜ ନାଁରେ ୭ଟି ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେୟସ ୨୦୧୭ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ସର୍ବାଧିକ ୮୮ ରନ କରିଥିଲେ। ଆଜି ସେ ଏହାକୁ ଭାଙ୍ଗି ଶତକ ହାସଲ କରିଛନ୍ତି। ଶତକ ହାସଲ କରିଥିବା ଶ୍ରେୟସ ୧୧ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଆୟର ପ୍ରଥମେ ବିରାଟଙ୍କ ସହ ଓ ପରେ କେଏଲ ରାହୁଲଙ୍କ ସହ ମିଶି ଶତକୀୟ ଭାଗିଦାରୀ କରି ଦଳକୁ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲେ।

Comments are closed.