Odisha Link
Bridging the Missing Links in Odisha

ରୋଜଗାର ପାଇଁ ମୋଦିଙ୍କୁ ଠେଙ୍ଗାରେ ପିଟିବେ ଯୁବପୀଢି : ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ମାହୋଲ ସରଗରମ ଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦିଙ୍କୁ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦିଲ୍ଲୀର ହୌଜକାଜି ଅଂଚଳରେ ନିର୍ବାଚନୀ ପ୍ରଚାର ବେଳେ ବେକାରି ସମସ୍ୟା ନେଇ ମୋଦିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି, ଏବେ ଭାଷଣ ଦେଉଥିବା ନରେନ୍ଦ୍ର ମୋଦି, ୬ମାସ ପରେ ଘରୁ ବାହାରି ପାରିବେନାହିଁ। ଭାରତର ଯୁବପୀଢି ତାଙ୍କୁ ମାଡ ମାରି ବୁଝାଇଦେବେ ଯେ, ଯୁବପୀଢିଙ୍କୁ ଚାକିରୀ ନଦେଇ ଦେଶ ଆଗକୁ ବଢିପାରିବନାହିଁ।

ରାହୁଲ କହିଛନ୍ତି ଯେ, ମୋଦି ତାଙ୍କର ସବୁ ସମୟ ହିନ୍ଦୁ-ମୁସଲମାନ-ଶିଖ୍-ଖ୍ରୀଷ୍ଟିଆନଙ୍କୁ ବିଭକ୍ତ କରିବାରେ ଲଗାଇଥାନ୍ତି। ସକାଳୁ ଉଠିବା ପରେ ସେ ଚିନ୍ତା କରିଥାନ୍ତି କିପରି ଦେଶକୁ ବିଭକ୍ତ କରିବେ। ଆସାମ, ପଞ୍ଜାବ, ମହାରାଷ୍ଟ୍ର ଆଦି ସବୁ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ କରାଇ ଦେଶଭକ୍ତ ହେବାର ସେ ଦାବି କରିଥାନ୍ତି। ରାହୁଲ ଆହୁରି କହିଛନ୍ତି ଯେ, ସାରା ବିଶ୍ବର ବିନିଯୋଗକାରୀ ଭାରତରେ ବିନିଯୋଗ କରିବାକୁ ଇଚ୍ଛାପ୍ରକାଶ କରୁଛନ୍ତି ମାତ୍ର ଦେଶରେ ବଢୁଥିବା ହିଂସା ଏବଂ ଘୃଣାଭାବ କାରଣରୁ ବିନିଯୋଗକାରୀ ପଛଘୁଞ୍ଚା ଦେଉଛନ୍ତି।

Comments are closed.